କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର-କୁଟ୍ରୁ ଛକ ରାସ୍ତାର ବଡକୁଟ୍ରୁ ହୋମିଓପାଥି ଚିକିତ୍ସାଳୟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ କଲମପୁର ବ୍ଲକ ସାନକୁଟ୍ରୁ ଗ୍ରାମର ବଳିଷ୍ଠ କୁମାର (୪୫) ନାମକ ଯୁବକ କୌଣସି କାର୍ଯ୍ୟରେ ଚାଲି ଚାଲି ବଡକୁଟ୍ରୁ ରାସ୍ତାରେ ଯାଉଥିଲେ । ବଡକୁଟ୍ରୁ ହୋମିଓପାଥି ଚିକିତ୍ସାଳୟ ସମ୍ମୁଖରେ ବଳିଷ୍ଠଙ୍କୁ ଓଡି ୦୮ ଆର୍ ୫୮୯୮ କାର୍ ଧକ୍କା ଦେଇ ଭାରସାମ୍ୟ ହରାଇ ଚିକିତ୍ସାଳୟ କାନ୍ଥରେ ଧକ୍କା ହୋଇଥିଲା । ଫଳରେ ବଳିଷ୍ଠ ଗୁରୁତର ଅବସ୍ଥାରେ ସେଠାରେ ପଡି ରହିଥିଲେ । ସ୍ଥାନୀୟ ଲୋକେ ବଡକୁଟ୍ରୁ ପୋଲିସକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ । ସେଠାରେ ଡାକ୍ତର ବଳିଷ୍ଠଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ କଲମପୁର ଥାନାରେ ଏକ ମାମଲା ୨୦/୨୦୨୪ ରୁଜୁ କରାଯାଇଛି । ବଡ଼କୁଟ୍ରୁ ପୋଲିସ ଦୁର୍ଘଟଣା ଘଟଇଥିବା କାର୍ ଏବଂ ମୃତଦେହ ଜବତ କରିଛି । ଦୁର୍ଘଟଣା ଘଟିବା ପରେ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଥିବା ପୋଲିସଠାରୁ ସୂଚନା ମିଳିଛି ।
Next Post