csstore

ବିଜେପି ଯୁବନେତାଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଦହିତା ମଣ୍ଡଳ ଆଇଟି ସଂଯୋଜକ ବିଜେପି ଯୁବ ନେତା ସଞ୍ଜୟ ସାହୁଙ୍କ ପିତା କୃଷ୍ଣଚନ୍ଦ୍ର ସାହୁଙ୍କ ୭୪ ବର୍ଷ ବୟସରେ ବୁର୍ଲା ସ୍ଥିତ ବଡ ଡାକ୍ତରଖାନାରେ ସୋମବାର ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ୨ପୁଅ ସଞ୍ଜୟ, ସୂରଜ ୨ ଝିଅ ରୁବି ଓ ରୁନା ଉପସ୍ଥିତ ଥିଲେ । ଦହିତା ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ବଡ ପୁଅ ସଞ୍ଜୟ ମୁଖାଗ୍ନୀ ଦେଇଥିଲେ । ଶେଷକୃତ୍ୟରେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଏବଂ ଯୁବକ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁ ତାଙ୍କ ପଛରେ ବିଧବା ପତ୍ନୀ, ୨ ପୁଅ, ୨ ଝିଅ, ବୋହୂ, ନାତି ଏବଂ ନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି । ସ୍ୱର୍ଗତ ସାହୁ ଓଡ଼ିଶା କର୍ପୋରେସନ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ । ଜଣେ ସରଳ ଓ ଅମାୟିକ ଭାବ ସମ୍ପନ୍ନ ବ୍ୟକ୍ତି ଭାବରେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ଦହିତା ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ମୁଖପାତ୍ର ପ୍ରଦୀପ ପୁରୋହିତ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର, ଡ଼ା. ଶ୍ରୀକାନ୍ତ ପାଣିଗ୍ରାହୀ, କେତନ ମେହେର, ବାସୁଦେବ ପାଣିଗ୍ରାହୀ, ନୀତେଶ ବାଗ, ସୁମନ୍ତ ପାଣିଗ୍ରାହୀ, ସୁଦର୍ଶନ ମେହେର ଶୋକ ବ୍ୟକ୍ତ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

jayashree
Leave A Reply

Your email address will not be published.