jayashree

ଛୋଟଅନକୀ ଗ୍ରାମପଞ୍ଚାୟତରେ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଛୋଟଅନକୀ ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ଚିନ୍ତାମଣି ରାଉତ ଓ ସମିତି ସଭ୍ୟ ସତ୍ୟମ ପ୍ରଧାନ ମା’ ସମଲେଇ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟକ ପ୍ରତିନିଧି ରାଜୁ ଘିବେଲା, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ବେହେରା, ସରପଞ୍ଚ ଚିନ୍ତାମଣି ରାଉତ, ସମିତି ସଭ୍ୟ ସତ୍ୟମ ପ୍ରଧାନ, ନନ୍ଦଲାଲ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କବି ସତ୍ୟଭୂଷଣ ସାହୁ ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ଭୁଏ, ଗ୍ରାମ ରୋଜଗାର ସେବକ ପଦ୍ମଲୋଚନ ସରାଫ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ । ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ପୁଷ୍ଟିକର ଖାଦ୍ୟ ଷ୍ଟଲ ଓ କୃଷି ବିଭାଗ ତରଫରୁ କୃଷି ବିହନ, ଔଷଧ ଷ୍ଟଲ ଖୋଲା ଯାଇଥିଲା । ସହକାରୀ କୃଷି ଅଧିକାରୀ ଗୌରାଙ୍ଗ ଚରଣ ମହାରଣା, ସୁପରଭାଇଜର ପ୍ରୀତି ମଞ୍ଜରୀ ଦୀପ, ସମସ୍ତ ସିଆର୍‌ପି, ଏମ୍‌ବିକେ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଓ ଗ୍ରାମପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗୀତ ଓ ନୃତ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ସଂଚାର ମାଧ୍ୟମରେ ଘନଶ୍ୟାମ ନାଗ ଓ ସାଥି ସୁନ୍ଦର ଭାବରେ ପରିବେଷଣ କରିଥିଲେ ।

Leave A Reply

Your email address will not be published.