ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଚାରପାଲି ଗ୍ରାମରେ ୨ୟ ମହାଦେବ ସ୍ପୋଟିଂ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଫାଇନଲ୍ ଖେଳରେ ବୁଧପାଲି ଓ କେଲେଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କେଲେଣ୍ଡା ଦଳ ବେଟିଂ କରି ୭ ଓଭର୍ରେ ୬୩ ରନ୍ ସଂଗ୍ରହ କରି ୯ ୱିକେଟ୍ ହରାଇ ଥିଲେ । ୨ୟ ଇଉନିଂସରେ ବୁଧପାଲି ଦଳ ୧୦ଟି ବଲ୍ ବାକି ଥିବାବେଳେ ବିଜୟୀ ହୋଇଥିଲେ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବରଗଡ଼ ପୁରୋହିତ କ୍ଲିନିକ ପ୍ରତିଷ୍ଠାତା ରାମକୃଷ୍ଣ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଜୟୀ ଦଳକୁ ଟ୍ରଫି ସହ ୧୨ ହଜାର ଟଙ୍କା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗ ଦେଇ ଉପ ବିଜେତା ଦଳ କେଲେଣ୍ଡାକୁ ଟ୍ରଫି ସହ ୭ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ମ୍ୟାଚ୍ର ମେନ୍ ଅଫ୍ ଦି ମ୍ୟାଚ୍ ସୁନୀଲଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍ ତିନି ଦିନ ଧରି ଚାଲିଥିଲା । ଏହି ମ୍ୟାଚ୍ରେ ରଘୁ ତାଣ୍ଡି ଧାରା ବିବରଣୀ ପ୍ରଦାନ କରି ଥିବାବେଳେ ତ୍ରିଲୋଚନ ଚୌହାନ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ଭରତ ସାହୁ, ରାଜେନ୍ଦ୍ର ଦୋରା, ଅରକ୍ଷିତ ସାହୁ, ବୁଲୁ ପଣ୍ଡା, ନରେଶ ସାହୁ ଓ ଯୁବକ ସଙ୍ଘ କର୍ମକର୍ତ୍ତା ପ୍ରମୁଖ ମଞ୍ଚାସୀନ ଥିଲେ । ଏମ୍ପାୟାର ଭାବେ ବୁଲୁ ତାଣ୍ଡି ଓ ଶଙ୍କର ବିଭାର ଖେଳ ପରିଚାଳନା କରିଥିବା ବେଳେ ସ୍କୋରର୍ ଭାବେ ଭୀଷ୍ମ ବରଗୁଛିଆ ଯୋଗ ଦେଇଥିଲେ ।
Next Post