csstore

ତହଁକ୍ କୁଟୁମ୍‌କୁ ଶ୍ରେଷ୍ଠ ଆୟୋଜକ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କୋଶଲି ଭାଷାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ୍ ସାହିତ୍ୟ କୁଟୁମ୍‌କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଆୟୋଜକ ସମ୍ମାନରେ ସମ୍ମାନିତ କରାଯାଇଛି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିରାଡିଆଠାରେ ବିଶିଷ୍ଟ କବି, ସଂଗଠକ ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ସାରସ୍ୱତ ସମାରୋହ ‘ସ୍ମୃତିରେ ସ୍ମୃତିରେ ମନୋରଞ୍ଜନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ନନ୍ଦଙ୍କ ସୁପୁତ୍ର ଲେଖକ ଇଂ ମାନସ କୁମାର ନନ୍ଦ ଏହି କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ଵରେ ରହି ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ଓଡିଶାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିବାବେଳେ ବଲାଙ୍ଗିରର ତହଁକ୍ କୁଟୁମ୍‌କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଆୟୋଜକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ, ପରିଚାଳନା ସମ୍ପାଦକ ଉମେଶ ବିଶ୍ୱାଲ, ସୋନପୁର ଜିଲ୍ଲା ସମ୍ପାଦକ ଯଦୁମଣି କର୍ଣ୍ଣ ପ୍ରମୁଖ ଯୋଗଦେଇ ଏହି ସମ୍ମାନକୁ ସାଦରେ ଗ୍ରହଣ କରିଥିଲେ । ଏହି ସମ୍ମାନ ପାଇବା ପରେ ତହଁକ୍ ଅନୁଷ୍ଠାନକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.