ବୟସରେ ଦୁଇ ଭାଇଙ୍କ ଶତକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଧାରୋଲ ନିବାସୀ ଗୋବିନ୍ଦ ପ୍ରଧାନ (୧୦୬) ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ସାନ ଭାଇ ଶ୍ରୀପତି ପ୍ରଧାନ ୧୦୦ ବର୍ଷ ଅତିକ୍ରମ କରି ରେକର୍ଡ କରିଛନ୍ତି । ଗୋବିନ୍ଦ ପ୍ରଧାନ ୧୯୧୪ ମସିହାରେ ଧାରୋଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଏବେ ଆଖିକୁ ଭଲ ଭାବରେ ଦିଶୁ ନଥିଲେ ମଧ୍ୟ ଲୋକଙ୍କ ସହ ଭଳ କଥାବାର୍ତ୍ତା ହୁଅନ୍ତି । ସେ ଇଂରେଜ ଶାସନ, ପ୍ରଥମ ବିଶ୍ଵଯୁଦ୍ଧ, ଦ୍ବିତୀୟ ବିଶ୍ବଯୁଦ୍ଧ ବିଷୟରେ ଜାଣିଛନ୍ତି । ଏବେ ନୂଆ ନୂଆ ରୋଗ ହେଉଛି । ଆଗରୁ ଯକ୍ଷ୍ମା ଓ ହଇଜା ଆକ୍ରାନ୍ତ ହୋଇ ଶହ ଶହ ଲୋକେ ମୃତ୍ୟୁ ବରଣ କରିଥିଲେ ସେ କହିଛନ୍ତି । ଏବେ ତାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ଼୍‌ ହେଉଥିବାରୁ ବହୁ ଶୁଭେଚ୍ଛୁ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

Leave A Reply

Your email address will not be published.