jayashree

ବିଚାର ବିଭାଗୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଚାର ବିଭାଗରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କର ଏକ ସମାବେଶ ରଣ୍ଡା ସ୍ଥିତ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମବେଶରେ ୪୦ ଜଣରୁ ଅଧିକ ଅବସରପ୍ରାପ୍ତ ବିଚାର ବିଭାଗ କର୍ମଚାରୀ ଯୋଗ ଦେଇଥିଲେ ଏବଂ ସଂଘ ଗଠନ କରା୍‌ାଇଥିଲା । ସଂଘର ସଭାପତି ରୂପେ ପଂଚାନନ ପଟ୍ଟନାୟକ ଏବଂ ସଂପାଦକ ରୂପେ ପ୍ରକାଶ କୁମାର ନେପାକ ମନୋନିତ ହୋଇଥିଲେ । ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସମାଜର ଗରିବ ତଥା ଅବହେଳିତ ବ୍ୟକ୍ତି ବିଶଷଙ୍କୁ ନିଶୁଳ୍କ ଆଇନ ସହାୟତା ଯୋଗାଇ ଦେବାକୁ ଏହି ସଂଘର ମୁଖ୍ୟ ବିଚାର ଧାରା ଉପରେ କାର୍ଯ୍ୟ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ପ୍ରଥମେ ଜିଲ୍ଲାର ସମସ୍ତ ବିଚାର ବିଭାଗର କର୍ମଚାରୀଙ୍କୁ ଏହି ସଂଘରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭନ୍ନ ଅସୁବିଧାମାନ ସରକାରଙ୍କୁ ଅବଗତ କରାଇ ସମାଧାନ ନିମନ୍ତେ ପ୍ରୟାସ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ପରିଶେଷରେ ବରିଷ୍ଠ ସଭ୍ୟ ଜୀବନ କରଣ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.