ଜେଏସ୍‌ଏମ୍‌ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପରିଷର ମଧ୍ୟରେ ଆଜି ୭୫ତମ ଗଣତନ୍ତ୍ର ଦିବସ ଗର୍ବ ଏବଂ ସମ୍ମାନର ସହିତ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା, ଉପଦେଷ୍ଟା ମନରଞ୍ଜନ ସହୁ, ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା ଓ ଆଜିର ମୁଖ୍ୟ ଅତିଥି ବରିଷ୍ଠ ଓକିଲ ଅମରେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଂଗୀତ ଗାନ କରିବା ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା ସ୍ୱାଗତ କରିଥିଲେ । ମନରଞ୍ଜନ ସାହୁ ଏହି ଅବସରରେ ପିଲାମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହିତ ଗଣତନ୍ତ୍ର ବା ସମ୍ୱିଧାନ ଆଜି ଆମକୁ କିପରି ମିଳିଛି ଓ ଏହାର ଗୁରୁତ୍ୱକୁ ବୁଝିବା ନିମନ୍ତେ ପରାର୍ମଶ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ମଧ୍ୟ ପ୍ରକାଶ କଲେ ଯେ, ଛାତ୍ର ସମୟରେ ଗଣତନ୍ତ୍ରର ଗୁରୁତ୍ୱକୁ ବୁଝି ଓ ଆପଣା ଆପଣା ଭବିଷ୍ୟତକୁ ଗଠନ କରିବା ଓ ଦେଶକୁ ଅଗେଇ ନେବାର ଆମର କର୍ତ୍ତବ୍ୟ ରହିଛି । ଶେଷରେ ମୁଖ୍ୟ ଅତିଥି ଅମରେନ୍ଦ୍ର ମିଶ୍ର ନିଜ ଭାଷଣରେ ପିଲାମାନଙ୍କୁ ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ବୁଝାଇବା ସହିତ ଆଜି ଆମକୁ ଆଗକୁ ବଢିବା ନିମନ୍ତେ ନିଜର ନିଜର ଅଧିକାର ଓ କର୍ତ୍ତ୍ୟବ ଜାଣିବା ନିତାନ୍ତ ଆବଶ୍ୟକ ରହିଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଛାତ୍ର ପରିଷଦର ପି. ସାୱନ ସାମ ଆଜିର ୭୫ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବକୃତା ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ସୁପ୍ରିୟା ମହାପାତ୍ର ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.