oom

ବିଶ୍ୱାତ୍ମ ବିଦ୍ୟାମନ୍ଦିରର ୨୪ତମ ବାର୍ଷିକୋତ୍ସବ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ନିର୍ବିକଳ୍ପ ନିକେତନ ପରିସରରେ ସ୍ଥାନୀୟ ବିଶ୍ଵାତ୍ମ ବିଦ୍ୟାମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ପୂଜ୍ୟପାଦ ପରମହଂସ ସ୍ୱାମୀ ଶ୍ରୀ ସତ୍ୟ ପ୍ରଜ୍ଞା ନନ୍ଦ ସରସ୍ଵତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ବିଦ୍ୟାଳୟ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଆୟୋଜିତ ପୁରସ୍କାର ବିତରଣ ତଥା ସାଂସ୍କୃତିକ ସନ୍ଧ୍ୟା ସମାରୋହରେ ସ୍ଵାମୀ ସତ୍ୟ ମୁକ୍ତା ନନ୍ଦ ସଭାପତିତ୍ୱ କରିଥିବା ବେଳେ ସ୍ଵାମୀ ସତ୍ୟ ପ୍ରଜ୍ଞା ନନ୍ଦ ସରସ୍ଵତୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା ପୂର୍ବକ ଅନୁଷ୍ଠାନରେ ସଂସ୍କାରଧାର୍ମୀ ଶିକ୍ଷାକୁ ଗୁରୁତ୍ଵ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଵାମୀ ସତ୍ୟବେଦା ନନ୍ଦ, ଏବିଇଓ ସୁରେନ୍ଦ୍ର ମୋହନ ଯୋଶୀ, ବଲାଙ୍ଗିର ସଂସ୍ଥାର ସମ୍ପାଦକ ନବୀନ କୁମାର ବେଦବାକ, ରଜନୀକାନ୍ତ ଠାକୁର, ବଲାଙ୍ଗିର ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ତରୁଣ କୁମାର ତ୍ରିପାଠୀ, ବିଜୟ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଯଶୋଦା ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଭୟ ସାହୁ, ମଧୁସୂଦନ ପଟ୍ଟନାୟକ, ଓମ୍‌ ପ୍ରକାଶ ହଂସ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । କେଶବ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ନାଟ୍ୟକାର ତଥା ଘୁମୁରା ଗୁରୁ ତୀର୍ଥରାଜ ଦଳପତିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କ ରଚିତ ନାଟକ ‘ମିସ୍‌କଲ୍‌’ ଛାତ୍ରଛାତ୍ରୀଙ୍କ ଦ୍ଵାରା ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିଥିଲେ ।

jittmm
Leave A Reply

Your email address will not be published.