oom

ଖପ୍ରାଖୋଲରେ ଯୁଗ୍ମ ଜନ ଶୁଣାଣି ପାଲଟିଛି ଲୋକ ପ୍ରହସନ : ମାତ୍ର ୧୪ଟି ଅଭିଯୋଗ ପଞ୍ଜିକୃତ, ପ୍ରଚାର ପ୍ରସାରର ଅଭାବ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଜନ ଶୁଣାଣିରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ସିଂ, ଏସ୍‌ପି ରିଷିକେଶ ଖିଲାରୀ ଯୋଗ ଦେଇଥିଲେ । ମିଳିତ ଜନ ଅଭିଯୋଗ ଶୁଣାଣି ଦିନ ୨.୩୦ରେ ଖପ୍ରାଖୋଲ ବ୍ଲକ ସଭାଗୃହଠାରେ କରାଯାଇଛି ସତ ହେଲେ ଜନଶୁଣାଣି ପାଇଁ ପ୍ରଚାର ପ୍ରସାର ଅଭାବରୁ ଅନେକ ଲୋକ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ ହୋଉଥିବା ଅଭିଯୋଗ ହେଉଛି । ଜନ ଶୁଣାଣିରେ ମୋଟ ୧୪ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୪ଟି ସର୍ବସାଧାରଣ ଅଭିଯୋଗ ଓ ୧୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ଜଣାଯାଇଛି । ତେବେ କୌଣସି ଅଭିଯୋଗର ତତ୍କାଳ ଶୁଣାଣି ହୋଇ ପାରି ନଥିଲା । ଉପାନ୍ତ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାରୁ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ସକାଶେ ଅଭିଯୋଗ କରିବା ପାଇଁ ଆସି ନିରାଶାରେ ଫେରିଯାଇଛନ୍ତି । ଦ୍ଵିତୀୟ ଥର ପାଇଁ ବଲାଙ୍ଗିର ଜିଲ୍ଲାପାଳ ଖପ୍ରାଖୋଲ ବ୍ଲକସ୍ତରୀୟ ଜନ ଶୁଣାଣିରେ ଅନୁପସ୍ଥିତ ଥିବାରୁ ଲୋକେ ହତାଶ ହୋଇଛନ୍ତି । ଫଳରେ ଏହି କାର୍ଯ୍ୟକ୍ରମ ପ୍ରହସନରେ ପରିଣତ ହୋଇଥିବା ଆଲୋଚନ ହେଉଛି । ଏହି ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିଡ଼ିଓ ଆକାଶ ରଞ୍ଜନ ସାହୁ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ରମାକାନ୍ତ ସାହୁ ସେକ୍ସନ ଅଧିକାରୀ ବ୍ରଜବନ୍ଧୁ ଠାକୁର, ଜିପିଇଓ ପରମେଶ୍ୱର ନାଏକ, ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା, ବିଏସ୍‌ଏସ୍‌ଓ କନିସ୍କ ବିଭାରଙ୍କ ସମେତ ବ୍ଲକ କର୍ମଚାରୀ, ପିଇଓ ଓ ଜିଆର୍‌ଏସ୍‌ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.