ଧର୍ମପରାୟଣା ମହିଳାଙ୍କ ପରଲୋକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଗ୍ରାମର ଧର୍ମପରାୟଣା ତଥା ପରୋପକାରୀ ମହିଳା କେତକୀ ସାହୁ(୭୫)ଙ୍କ ପରଲୋକ ହୋଇଯାଇଛି । ଗତ ଶନିବାର ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ ଶରୀର ଡେଙ୍ଗ ସ୍ଥିତ ନିଜ ବାସଭବନକୁ ପହଂଚିବା ପରେ ତାଙ୍କ ବଡ଼ ପୁଅ ରାଜକିଶୋର, ନନ୍ଦିକିଶୋର, ଅକ୍ଷୟଙ୍କ ସମେତ ତାଙ୍କ ସ୍ୱାମୀ ରୋହିତ ସାହୁ ଓ ୨ ଝିଅ, ଜ୍ୱାଇଁ, ନାତି, ନାତୁଣୀ ଏବଂ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ସ୍ଥାନୀୟ ଲାନ୍ଥନଦୀ କୂଳରେ କରାଯାଇଥିବା ବେଳେ ବଡ଼ ପୁତ୍ର ରାଜକିଶୋର ମୁଖାଗ୍ନି ଦେଇଥିଲେ । ସେ ଜଣେ ଧର୍ମପରାୟଣା ତଥା ପରୋପକାରୀ ମହିଳା ହୋଇ ଥିବାରୁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧକ୍ଷା ମୋନିକା ସିଂ ଭୋଇ, ଡେଙ୍ଗ ସମିତି ସଭ୍ୟ ସିମରନ ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.