ସାଲେପାଲିରେ କୁନ୍ଦାଦେଓ ଯାତ୍ରା ସମ୍ପନ୍ନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମରେ ଛ ଦେଓ ସୂର୍ଯ୍ୟବଂଶ ଗୋଣ୍ଡ ସମାଜର କୁନ୍ଦାଦେଓ ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପ୍ରଥମେ ଉପବାସ ଆଜି ନଗର ପରିକ୍ରମା କରାଯାଇଥିଲା । ଆସନ୍ତା କାଲି ଛତ୍ର ଭୋଜ ରହିଥିବା ସୂଚନା ମିଳିଛି । ଏହି ଯାତ୍ରା ପୌଷ ପୂର୍ଣ୍ଣିମା ଶୁକ୍ଲପକ୍ଷ ଭିତରେ ହିଁ ସମ୍ପନ୍ନ ହୋଇଥାଏ । ଏହି ଯାତ୍ରାର ବିଶେଷତ୍ୱ ହେଉଛି କୁନ୍ଦାଦେଓ ବା ବୁଢା ଦେବତାଙ୍କ ବିବାହ ହୋଇଥାଏ ତାପରେ ଛ ଦେଓ ସୂର୍ଯ୍ୟବଂଶୀ ଗଣ୍ଡ ସମାଜର ବିବାହ ଆରମ୍ଭ ହୋଇଥାଏ । ଏହି ଯାତ୍ରାରେ ରାଶି ଲାଗିବା ପରେ ଏହି ସମ୍ପ୍ରଦାୟର ଲୋକେ ରାଶିକୁ ଖାଇବା ପାଇଁ ବ୍ୟବହାର କରିଥାନ୍ତି । ରଂଜିତ ଧରୁଆ ପୂଜାରୀ ଦାୟିତ୍ୱରେ ରହି ଆସିଥିବା ବେଳେ ଛତ୍ରଧାରୀ ପ୍ରଦୀପ ଧରୁଆ, ନିସାନ ଧାରୀ କିରଞ୍ଚି ଧରୁଆ ଏବଂ ରସିକ ଧରୁଆ ବହନ କରି ଆସୁଛନ୍ତି । ଧୁବା ଧରୁଆ, ବିରଞ୍ଚି ଧରୁଆ, ଚୈତନ ଧରୁଆ ପ୍ରମୁଖ ଦେହେରୀ ସାଜି ଆସୁଛନ୍ତି । ଏହି ଯାତ୍ରାରେ ଆଖପାଖ ଅଞ୍ଚଳରୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.