ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଯୁବ ଆଇଏଏସ୍‌ ଗୌରଭ ଶିବାଜୀ ଇସଲୱାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବେ କୋରାପୁଟ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଯୁବ ଆଇଏଏସ୍‌ ଗୌରଭ ଶିବାଜୀ ଇସଲୱାର । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଆଇଏଏସ୍‌ଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ଏବେ ବଲାଙ୍ଗିର ଜିଲ୍ଲାପାଳ ଭାବେ ଓଡ଼ିଶା ସରକାରଙ୍କ ଦ୍ୱାରା ଅବସ୍ଥାପିତ ହୋଇଛନ୍ତି ଯୁବ ଜିଲ୍ଲାପାଳ ଶ୍ରୀ ଗୌରଭ ଶିବାଜୀ ଇସଲୱାର । ତାଙ୍କୁ ବଲାଙ୍ଗିର ଜିଲ୍ଲା ବୁଦ୍ଧିଜୀବୀ ମହଲରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି । ତାଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାରେ ବିଶେଷ ଉନ୍ନତି ସାଧନ ତଥା ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରାଯାଇଛି ।

Leave A Reply

Your email address will not be published.