csstore

ବଙ୍ଗୋମୁଣ୍ଡା କପ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲରେ ଘୁଷୁରାମୁଣ୍ଡା ଦଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଖେଳପଡିଆଠାରେ ସ୍ୱାମୀ ବିବେକାନନ୍ଦ ଏଥଲାଟିକ୍ସ୍‌ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିବସରେ ପହଞ୍ଚି ଯାଇଛି । ଆଜିର ଷଷ୍ଠ ଦିବସର ମ୍ୟାଚ୍‌ରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ. ନାରାୟଣ ମିଶ୍ର ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି କ୍ଵାଟର ଫାଇନାଲ ମ୍ୟାଚ୍‌ ଘୁଷୁରାମୁଣ୍ଡା ଓ ସିହିନୀ ଦଳ ମଧ୍ୟରେ ହୋଇଥିବା ବେଳେ ଘୁଷୁରାମୁଣ୍ଡା ୧ ଗୋଲ ଦେଇ ବିଜୟୀ ହୋଇଥିଲା । ଆୟୋଜକ କମିଟିର ମଣ୍ଟୁ ସରାଫ, ଯଶୋବନ୍ତ ବାଗ, ରଶ୍ମି ସିନ୍ଦୁର, ଜଗା ନାଗ, ପୃଥ୍ୱୀରାଜ ବାଗ, ଲାଲା ମନହୀରା, ଯଯାତି ସିନ୍ଦୁର, ପିଣ୍ଟୁ ଦାସ, ପୁନମ ଭୋଇ, ଡବ୍ଲୁ ହଂସ, ଶଶାଙ୍କ ଶେଖର ଦାସ ଯାଦବ, ଅଶୋକ ହଂସ ତଥା କମିଟିର ଅନେକ ସଦସ୍ୟ ସହଯୋଗ କରିଥିଲେ । ବିବଛ ମାଝୀ ରେଫରୀ, ନବୀନ ସରାଫ ଓ ଶେଷାଙ୍କ ଦାସ ଯାଦବ ଲାଇନ୍‌ ମ୍ୟାନ୍‌ ଭାବରେ ଖେଳ ପରିଚାଳନା କରିଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.