ବିଏସ୍‌ଏଚ୍‌ ଦଳ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଲଥାକେନ୍ଦ୍ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ବିଏସ୍‌ଏଚ୍‌ ଦଳ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କପିଲାଭଟା ଓ ଲଥାକେନ୍ଦ୍ ଦଳ ଫାଇନାଲ୍ ମ୍ୟାଚ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମେ ଲଥାକେନ୍ଦ୍‌ ଦଳ ୮ ଓଭରରେ ୪ ଉଇକେଟ ହରାଇ ୧୨୮ ରନ୍‌ ସଂଗ୍ରହ କରିଥିବା ବେଳେ ଜବାବରେ କପିଲାଭଟା ବ୍ୟାଟିଂ କରି ୮ ଓଭରରେ ୬ ଉଇକେଟ ହରାଇ ୬୮ ରନ୍‌ ସଂଗ୍ରହ କରି ପରାଜିତ ହୋଇଥିଲା । ସନ୍ତୋଷ ପୁଞ୍ଜି ଓ ଡୁଲେ ତାଣ୍ଡି ଖେଳ ପରିଚାଳନା କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଓଡିଶା ବିଏସ୍‌ଏଚ୍‌ ଦଳ ମ୍ୟାନେଜର ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ଯୋଗ ଦେଇ ଖେଳାୂିମାନଙ୍କୁ ଉତ୍ସାହିତ କରିବା ସହ ଚାମ୍ପିଆନ ଲଥାକେନ୍ଦ୍ ଓ ଉପବିଜେତା କପିଲାଭଟା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଫକୀର ବେହେରା, ବେଷ୍ଟ ବୋଲର୍‌ ରାଜୁ ପ୍ରମୁଖଙ୍କୁ ବିବେଚିତ କରି ପୁରସ୍କୃତ କରାଯାଇଛି । ପ୍ରଦୀପ ବେହେରା ଓ ରୁଦ୍ର ରାଉତ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଜିତାମିତ୍ର ବିଶିଙ୍କ ସହ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.