ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ‘ମୋ କଥା ମୋ କାହାଣୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ‘ମୋ କଥା ମୋ କାହାଣୀ’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଗୌଡକେରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର, ଶିକ୍ଷକ ସନ୍ତୋଷ କୁମାର ପାଣି, ସିଆର୍‌ସି ପବିତ୍ର ପଣ୍ଡା, ଆଲୁମିନି ସଭାପତି ଅସିତ୍ ମିଶ୍ର ଓ କମିଟି ସଭାପତି ଅକ୍ରୁର ବରାଳ ଓଡ଼ିଆ ଭାଷା ଏବଂ ସାହିତ୍ୟର ଗୁରୁତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି ଓ ସୁକୁମାର ନାୟକ ଶିଶୁମାନଙ୍କ ସୃଜନଶୀଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ମିହିର କୁମାର ମିଶ୍ର ଓ ବସନ୍ତ କୁମାର ପ୍ରଧାନ ସାହିତ୍ୟ ସୃଜନୀ, କୌଶଳି, ଜିଜ୍ଞାସା, କ୍ରୀଡ଼ାଙ୍ଗାନ କ୍ଲବ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ସୌମ୍ୟରଂଜନ ବେହେରା, ବଳରାମ ଶବର, ସତ୍ୟ ମିଶ୍ର, ନିକୁ ପ୍ରଧାନ ଫୁଡ୍ ଷ୍ଟଲ୍ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସବିତା ପାଢ଼ୀ, ପଲିଶ୍ରୀ ସେଠୀ, ସ୍ନେହଲତା ସାହୁ, ନନ୍ଦିତା ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ହିରନ୍ୟମୟୀ ମହାପାତ୍ର, ବ୍ଲକ ଶିକ୍ଷାଧିକାରୀ ବିନୋଦ ପରମାଣିକ ଯୋଗଦେଇ ବୈତରଣୀ ହାଉସ୍‌କୁ ଶିକ୍ଷା ବର୍ଷର ଚମ୍ପିଆନ ଓ ରତ୍ନଚିରା ହାଉସ୍‌କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ । ଫୁଡ୍ ଷ୍ଟଲ୍‌ରେ ଭାର୍ଗବୀ ହାଉସ୍‌ ଓ ପ୍ରାଚୀର ପତ୍ରରେ ଦୟା ହାଉସ୍‌ ଟ୍ରଫି ଗ୍ରହଣ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଗୋଦାବରୀ ସ୍ୱାଇଁ ଓ ସନ୍ତୋଷ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ । ରବି ବିଶ୍ଵାଳ ଓ ଶିବ ଶତପଥୀ ଆଦି ସହକର୍ମୀ ସହଯୋଗ କରିଥିଲେ ।

Leave A Reply

Your email address will not be published.