ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଏମ୍ଇ ସ୍କୁଲ ଖେଳପଡିଆଠାରେ ନବମ ବର୍ଷ ନୃସିଂହନାଥ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଫାଇନାଲ ଖେଳରେ ପାଇକମାଲକୁ ହରାଇ କନ୍ସାପଲା ଚମ୍ପିୟାନ ହୋଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ସରୋଜ ସାମଲ, ସୁଶାନ୍ତ ନାଗ, ରୋଶନ ପାଣିଗ୍ରାହୀ, କୈଳସ ଦିଶ୍ରି, ବିକି ସିଂ, ସାମ୍ବାଦିକ ସୁରଥ କୁମାର ସାହୁ ଯୋଗ ଦେଇଥିଲେ । ସୁଶାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୫ଦିନ ଧରି ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜି ଫାଇନାଲ ଖେଳ ପାଇକମାଲ ଓ ବଲାଙ୍ଗିରର କନ୍ସାପଲା ମଧ୍ୟରେ ଅନୁଷ୍ଠିତ ହୋଇ ଥିବାବେଳେ କନ୍ସାପଲା ଚମ୍ପିୟାନ ହୋଇଥିଲା । ଖେଳ ପରିଚାଳନା ଆଲୋକ ମିଶ୍ର, ଅଟଳ ସରାଫ ଓ ରବିନ୍ଦ୍ର ବେହେରା କରଥିବା ବେଳେ ସ୍କୋରର ଦାୟିତ୍ୱ ରାମୁ ସ୍ୱାଇଁ ଓ ଅମନ ପ୍ରଧାନ ବୁଝିଥିଲେ । ବାବୁଲୁ ସାହୁ, ପପୁ ବେହେରା, ମାନସ ନାୟକ ଧାରାବିବରଣୀ ପ୍ରଦାନ କରିଥିଲେ । ମ୍ୟାନ୍ଆଫ୍ ଦି ସିରିଜ ଭାବେ ପାଇକମାଲ ଦଳର ଦିଲ୍ଲୀପ ପ୍ରଧାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅତିଥିମାନେ ରନର୍ସ ଅପ୍ ଦଳ ପାଇକମାଳକୁ ଟ୍ରଫି ସହ ନଗଦ ୮ହଜାର ଓ ବିଜୟୀଦଳ କନ୍ସାପଲା ଦଳକୁ ଟ୍ରଫି ସହ ୧୫ ହଜାର ପ୍ରଦାନ କରିଥିଲେ । ଶିଶିର ସାହୁ, ଦୀପକ ମିଶ୍ର, ଆଦିତ୍ୟ ସାହୁ, ଜଗନ ସ୍ୱାଇଁ, ରବିନ୍ ପ୍ରଧାନ, ଚନ୍ଦନ ପ୍ରଧାନ, ବିମଳ ସାହୁ, ତୋଫାନ ବାଗ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
Prev Post