centurian jitm

ଜାତୀୟ କାର୍ଟୁନ ପ୍ରତିଯୋଗିତାରେ ଅଶ୍ୱିନୀ-ଅବନୀଙ୍କ କୃତିତ୍ୱ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାୟପୁର(ଛତିଶଗଡ)ରୁ ପ୍ରକାଶିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ବହୁ ପରିଚିତ ତଥା ବରିଷ୍ଠ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ମର୍ଯ୍ୟାଦା ଜନକ ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛି । ଅଯେଧ୍ୟାଠାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଆୟୋଜିତ ଏ ପ୍ରତିଯୋଗିତାଟି ‘ରାମ ଆଏଙ୍ଗେ’ ବିଷୟବସ୍ତୁ ଉପରେ ଆଧାରିତ ଥିଲା । ସଂପ୍ରତି ପୁରସ୍କୃତ ହୋଇଥିବା ଅଶ୍ୱିନୀ-ଅବନୀଙ୍କ ବ୍ୟଙ୍ଗଚିତ୍ରଟିରେ ‘ରାମ ଚେତନା ଏବଂ ମାନବ ଧର୍ମ ’ ସଂପର୍କରେ ଏକ ସକାରାତ୍ମକ ଅବଧାରଣା ପ୍ରଦାନ କରାଯାଇଅଛି । ଏଥିସଙ୍ଗେ ‘ରାମ’ ସର୍ବତ୍ର ବିଦ୍ୟମାନ ଏକଥାବି ସୂଚାଇ ଦିଆଯାଇଛି । ଏଠାରେ ଆହୁରି ମଧ୍ୟ ଜଣାଇ ଦିଆଯାଇ ପାରେ ଯେ ନିକଟ ଅତୀତରେ ‘ପରିବେଶାନୁରୂପ ଜୀବନ ଶୈଳୀ’, ‘ପ୍ରତ୍ନତାତ୍ୱିକ ତଥା ପର୍ଯ୍ୟଟନ ସ୍ଥଳିର ସ୍ୱଚ୍ଛତା’ ଆଦି ବିଷୟ ଗୁଡିକ ଉପରେ ଆଧାରିତ ଅନେକ ଜାତୀୟ ପ୍ରତିଯୋଗିତା ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆୟୋଜିତ ଭିନ୍ନ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ମଧ୍ୟ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ଗୁଡିକ ପୁରସ୍କୃତ ତଥା ପ୍ରଦର୍ଶିତ ହେବାର ସୌଭାଗ୍ୟ ଲାଭ କରିଛି । ଅଳ୍ପଦିନ ମଧ୍ୟରେ, ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ ଏକ୍‌ଜିବିସନ’, ପୁନେଠାରେ ‘ପ୍ରଥମ ପୁନେ ଆର୍ନ୍ତଜାତିକ କାର୍ଟୁନ୍‌ ଫେଷ୍ଟିଭାଲ ଏକ୍‌ଜିବିସନ୍‌-୨୦୨୩’ ତଥା ଏହି ସହରସ୍ଥ ସାବିତ୍ରୀ ଫୁଲେ ବିଶ୍ୱବିଦ୍ୟାଳୟର ‘ଗିଭ୍‌ ପିସ୍‌ ଏ ଚାନ୍ସ’ ପ୍ରଦର୍ଶନୀ, ମୁମ୍ବାଇଠାରେ ହୋଇଥିବା ‘ବାଲ୍‌ ଠାକରେ ଆନ୍ତର୍ଜାତୀୟ କାର୍ଟୁନ୍‌ ଏକ୍‌ଜିବିସନ’ ଆଦି କେତେ ଯେ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରଦର୍ଶନୀରେ ଏମାନଙ୍କ କୃତି ସ୍ଥାନ ପାଇ କଳା ଜଗତରେ ଓଡିଶାର ନାମକୁ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରିଛି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିରବଛିନ୍ନ ଭାବରେ କାର୍ଟୁନ କରି ଆସୁଥିବା ଓଡିଶାର ଏହି ଭ୍ରାତୃଦ୍ୱୟ ବିଶ୍ୱ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ । ପୃଥିବୀର ଏକମାତ୍ର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଭାବରେ ୨୦୧୪ ମସିହାରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନେକ ଥର ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି । ନେଟ୍‌ ଅଏଲ୍‌ କାର୍ଟୁନ୍‌ ପ୍ରତିଯୋଗିତା-ଫ୍ରାନ୍ସ, ଗୁରା ହ୍ୟୁମରୁଲୁଇ-ରୋମାନିଆ, ଡିକାକୋ-ସାଉଥ କୋରିଆ, ସାଲୋନ୍‌ ଅଫ୍‌ ଗ୍ରାଫିକ୍‌ ହ୍ୟୁମର- ପେରୁ, ଏଫ୍‌.ସି.ଡବ୍ଲୁ–ଚୀନ୍‌ ଭଳି ଆନ୍ତର୍ଜାତୀୟ ପ୍ରତିଯୋଗିତା ତଥା ଇଣ୍ଡିଆନ୍‌ ଏକ୍ସପ୍ରେସ୍‌, ଭିଲାଇ ଷ୍ଟିଲ ପ୍ଲାଂଟ, ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌, କାର୍ଟୁନ୍‌ ୱାଚ୍‌ ଦ୍ୱାରା ଆୟୋଜିତ ଜାତୀୟ ପ୍ରତିଯୋଗିତା ଏ ମଧ୍ୟରେ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.