csstore

୫-ଟି ଯୋଜନା ଚତୁର୍ଥ ପର୍ଯ୍ୟାୟରେ କପିଲାଭଟା ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ ସମାରୋହ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ କପିଲାଭଟା ଗ୍ରାମପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ, ଆଲୁମନି କମିଟିର ସଭାପତି ପୃଥିରାଜ ବାଗ, ସମିତି ସଭ୍ୟ କେଦାର ଭୋଇ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦୁର୍ଦକ୍ଷ ହଂସ, ଆଲୁମିନି କମିଟିର ସମ୍ପାଦକ ହୁଲେଶ୍ୱର ହଂସ, ପୂର୍ବତନ ଛାତ୍ର ଶୁଭାକର ନାଗ ପ୍ରମୁଖ ମଞ୍ଚାସୀନ ଥିଲେ । ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲକୁ ଭିଡିଓ କନ୍ଫ୍‌ରେନଂସି ଜରିଆରେ ଲୋକାର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ, ବରୁଣ କୁମାର ବାରିକ, କିରଣ କୁମାର ପ୍ରଧାନ, ନୀଳମଣି ବିଶି, ଯୋଗିଚନ୍ଦ୍ର ବିଶି ପ୍ରମୁଖଙ୍କ ସହ ବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକର ମୋଟ ୧୧ ଗୋଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି ।

jayashree
Leave A Reply

Your email address will not be published.