ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଉଚ୍ଚ ବିଦ୍ୟାଳୟ ପଲସଦାଠାରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଯାଇଛି । ପଲସଦା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ଯତୀନ୍ଦ୍ର ଦୀପଙ୍କ ସଭାପତିତତ୍ଵରେ ସଭା ଆରମ୍ଭ ହୋଇଥିଲା । ଏଥିରେ ବିଦ୍ୟାଳୟର ଆକଂକ୍ଷୀ ପାଠ୍ୟକ୍ରମ ଅଧୀନରେ ପ୍ରଚଳିତ ବିଭିନ୍ନ କ୍ଲବ ଦୌରା ପ୍ରସ୍ତୁତ ପୁସ୍ତକ ସହ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟ ଅତିଥି ମହେନ୍ଦ୍ର କୁମାର ସାହୁ, ସମ୍ମାନୀତ ଅତିଥି ପୀତାମ୍ବର ସାହୁ ଓ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ପାଢ଼ୀ ବିଚାରକ ଭାବରେ ଯୋଗଦାନ କରିଥିଲେ । ଭାଷା, ସାହିତ୍ୟ ଓ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉପରେ ମତବ୍ୟକ୍ତ କରିଥିଲେ । ଉତ୍ସବରେ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କ୍ଲବ ଓ ହାଉସ୍ ଗୁଡ଼ିକ ମଧ୍ୟରେ ପ୍ରକଳ୍ପ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ଟେକରାଜ୍ ପଟେଲ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହୟୋଗ କରିଥିଲେ । ଶେଷରେ ଶିକ୍ଷକ ପଦ୍ମଲୋଚନ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ ।