ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ (ଭାଙ୍ଗମୁଣ୍ଡା-ବେହେରାମୁଣ୍ଡା ଛକ) ବିଦ୍ୟାଳୟରେ ଭାଷା, ସାହିତ୍ୟ ସୃଜନଶୀଳତା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁକ୍ମଣ ଦିଶ୍ରୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସନ୍ଧିବାହାଲ ସରପଞ୍ଚ ଶ୍ରୀମତୀ ସବିତା ପରିଡା ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ରବୀନ୍ଦ୍ର ପଣ୍ଡା (ଅବସର ପ୍ରାପ୍ତ ଶିକ୍ଷକ) ଉପସ୍ଥିତ ଥିଲେ । ଏହି ଅବସରରେ ଭାଷା, ସାହିତ୍ୟ ସୃଜନଶୀଳତା ପ୍ରକଳ୍ପ ମାନ ପ୍ରଦର୍ଶନ କରି ଛାତ୍ରଛାତ୍ରୀମାନେ ସମସ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଅନେକ ପ୍ରତିଯୋଗୀମାନେ ପୁରସ୍କୃତ ହୋଇଥିଲେ ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ଯୋଶୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଶିକ୍ଷକ ନବୀନ କୁମାର ବରିହା, ପ୍ରଶାନ୍ତ ହୋତା ଓ ରଘୁମଣୀ ସାହୁ ସହ ଶିକ୍ଷାବିତ ଛବିଲାଲ ଦୀପ, ଅମୂଲ୍ୟ କୁମାର ଯୋଶୀ, ରାଜେନ୍ଦ୍ର ବରିହା, କିଶୋର ବନଛୋର ସାମ୍ବାଦିକ ପ୍ରତିନିଧି ନୀଳ ଦୀପ ତତ୍ସହିତ ପୁରାତନ ଛାତ୍ର ସକଳ ପାତ୍ର, ସୁଶୀଲ ସରାପ, ଗଜପତି ସାହୁ, ଡାକ୍ତର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଜଗନ୍ନାଥ ସାହୁ, ବାମନ ସାହୁ, ଗଙ୍ଗାଧର ସାହୁ, ଘନଶ୍ୟାମ ପାଣିଗ୍ରାହୀ ସହଯୋଗୀ ଗୁରୁଦେବ ସେଠ, ଗୁଣନିଧି ସାହୁ, କନ୍ଧୁରପ ଜୁଆଡି ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ଡୋଳମଣୀ ତରିଆ ସଭାପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post