ଏକ ଦିବସୀୟ ନିଶୁଳ୍କ ଯୋଗ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କୋଶଳ କଳା ମଣ୍ଡଳଠାରେ ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଏକ ଦିବସୀୟ ନିଶୁଳ୍କ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୋଗ ଋଷି ସ୍ୱାମୀ ରାମଦେବଜୀ ମହାରାଜଙ୍କ ପରମ ଶିଷ୍ୟ ତଥା ପତଞ୍ଜଳି ଯୋଗ ପୀଠ, ହରିଦ୍ୱାରର ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ପରମ ଆଦରଣୀୟ ଡ. ସ୍ୱାମୀ ପରମାର୍ଥ ଦେବଜୀ ଉପସ୍ଥିତ ଶହ ଶହ ଲୋକଙ୍କୁ ଯୋଗ ପ୍ରାଣାୟାମ ଆସନର ଅଭ୍ୟାସ କରାଇବା ସହିତ ସୁସ୍ଥ ଜୀବନ, ବିକାର ରହିତ ମନ ଓ ଆତ୍ମିକ ଉତ୍ଥାନ ପାଇଁ ଯୋଗ ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ । ଯୋଗ ସବୁ ସମସ୍ୟାର ସମାଧାନ ବୋଲି ସେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ପତଞ୍ଜଳି ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧା ମାଧବ ବହିଦାର, ରାଜ୍ୟ ମହିଳା ପ୍ରଭାରୀ ଗିରିଜା ଦେବୀ, ରାଜ୍ୟ କିଷାନ ପ୍ରଭାରୀ ସ୍ୱୟଂ ପ୍ରକାଶ ଦୌତକ ମହାପାତ୍ର, ରାଜ୍ୟ ଯୁବ ପ୍ରଭାରୀ ଅମତାଂଶୁ ପ୍ରଧାନ, ରାଜ୍ୟ ମିଡିଆ ପ୍ରଭାରୀ କ୍ଷୀତିଶ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟାଳୟ ପ୍ରଭାରୀ ସୂର୍ଯ୍ୟକାନ୍ତ ମହାନ୍ତି ସହ ରାଜ୍ୟ ଭାରତ ସ୍ୱାଭିମାନ ପ୍ରଭାରୀ ଅକ୍ରୁର ମାର୍ଥା, ସହ ରାଜ୍ୟ ଯୁବ ଭାରତ ପ୍ରଭାରୀ ଯୁବରାଜୀ ଅତିଥୀ ଭାବରେ ଯୋଗଦାନ କରି ଯୋଗମୟ ଭାରତର ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ । ଯୋଗ ଶିବିରରେ ଏକ ଯୋଗ ଜାଗରଣ ଯାତ୍ରା କଳା ମଣ୍ଡଳ ପଡିଆଠାରୁ ମାରୱାଡି ସେବା ସଦନ ପର୍ଯ୍ୟନ୍ତ ସହର ପରିକ୍ରମା କରାଯାଇଥିଲା । ସେଠାରେ ବାରଟି ଜିଲ୍ଲାରୁ ଆସିଥିବା ଜିଲ୍ଲା ପ୍ରଭାରୀ ଓ ତହସିଲ ପ୍ରଭାରୀମାନଙ୍କୁ ନେଇ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀ, ଯୋଗ ସମିତି ପ୍ରଭାରୀ ଅଶୋକ ଅଗ୍ରୱାଲ, ମହିଳା ପ୍ରଭାରୀ ସୁଜାତା ଦିଶ୍ରୀ, ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ ପରିଚାଳନା କରିଥିବା ବେଳେ ଦଇତାରୀ ସାହୁ, ଉପେନ୍ଦ୍ର ପ୍ରଧାନ, ସୁରଜ ବକୁଳ, ଧନୀରାମ ସାହୁ, ନିହାରିକା ମିଶ୍ର, ରୋଜା ଭଉଣୀ, ବାସନ୍ତୀ, ପ୍ରେମଶିିଲା ଭଉଣୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.