ବଲାଙ୍ଗିର, (କେପିଏନ୍ଏସ୍) : ମୁକ୍ତିଲାଭ କରିଛି କୋଶଲୀ ସିନେମା ଖରା । ପିବି ଫିଲ୍ମସ ଦ୍ୱାରା ପ୍ରସ୍ତୁତ ଏହି ସିନେମା ଆଜି ରୟାଲ ସିନେମା ବଲାଙ୍ଗିରରେ ମୁକ୍ତିଲାଭ କରିଛି । ମାନସୀ ପାଣିଗ୍ରାହୀଙ୍କ ପ୍ରଯୋଜନା ଓ ପଙ୍କଜ ଜାଲଙ୍କ ସହପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ର ଖରା ଆଧାରିତ ହୋଇଛି ଭାରତର ସବୁଠାରୁ ଅଧିକ ଖରା ହେଉଥିବା ଟିଟିଲାଗଡ ଜନ ଜୀବନକୁ ନେଇ । ଏହା ଏହି ଚଳଚିତ୍ରରେ ପଶ୍ଚିମ ଓଡିଶାର ଜନଜୀବନ, ସଂସ୍କୃତି, ପରଂପରା ଓ ଲୋକ ବିଶ୍ୱାସର ସୁନ୍ଦର ଉପସ୍ଥାପନ ହୋଇଛି । ଚଳଚ୍ଚିତ୍ରଟିର ନିର୍ଦେଶକ ହେଉଛନ୍ତି ଯୁଗଲ ସାହୁ । କାହାଣୀ ଓ ସଂଗୀତ ନିର୍ଦ୍ଦେଶନା ପଙ୍କଜ ଜାଲ ଦେଇଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ କଳାକାରମାନଙ୍କର ନିଖୁଣ ଅଭିନୟ ତଥା ସଂଳାପ, ଚଳଚ୍ଚିତ୍ରର ଉନ୍ନତ ଉପସ୍ଥାପନ ଏହାର ବିଶେଷତ୍ୱ । ଫଟୋଗ୍ରାଫି ନିର୍ଦେଶକ ଗୋପାଲ ପଧାନ, ଚୁଡାମଣି ଚନ୍ଦନ ଏହାର ସଂଳାପ ଲେଖିଥିବା ବେଳେ ସଂପାଦନା କରିଛନ୍ତି ସୁନୀଲ ମେହେର । ଜଳନ୍ଧର ଷାଣ୍ଢ ପ୍ରଡକ୍ସନ ମେନେଜର, ସନ୍ତୋଷ ସାହୁ ସିନେମାଟୋଗ୍ରାଫି, ରୂପସଜ୍ଜା ଭଗବାନ କରିଛନ୍ତି । ଖରା ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡକ୍ଟର ଶ୍ରୀକର ମିଶ୍ର, ଗଦାଧର ବାରିକ, ସୁଶୀଳା ନାୟାର, ଅଶୋକ ବେହେରା, ଲଳିତ ପୂଜାରୀ, ସବ୍ୟ ଦୀପ, ଶୈରିନ୍ଦ୍ରୀ ବାରିକ, ପଦ୍ମଜା ବହିଦାର, ସର୍ବେଶ୍ୱର ଭୋଇ, ଏଲୋରା ତନ୍ତୀ, ହମିତ ସାଗର, ଶ୍ରୀକାନ୍ତ ଷଢଙ୍ଗୀ, ଆଶ୍ମି ମିଶ୍ର, ସାକମ୍ବରୀ ବାରିକ, ଅଧ୍ୟୟନ ବାରିକ ଥିବା ବେଳେ କଣ୍ଠ ଦେଇଛନ୍ତି ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ. ଦୁଖିଶ୍ୟାମ ତ୍ରୀପାଠୀ, ସର୍ବେଶ୍ବର ଭୋଇ, ସାନ ଛତ୍ରିଆ, ବଡ ଛତ୍ରିଆ । ସୂଚନାଯୋଗ୍ୟ ଯେ, ଏହି କୋଶଲୀ ଚଳଚିତ୍ର ପୂର୍ବରୁ ୨୦୨୨ ମସିହାରେ ଇଣ୍ଡିଆନ ପାନୋରାମା ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ, ମୁମ୍ବାଇ ତରଫରୁ ତଥା ଆଇକନିକ ଭାରତ ଗୌରବ ପୁରସ୍କାର-ମୁମ୍ବାଇ ତରଫରୁ ସାମାଜିକ ସମସ୍ୟାକୁ ନେଇ ଭଲ ଚଳଚ୍ଚିତ୍ର ଭାବରେ ପୁରସ୍କୃତ ହେବା ସହ ୨୦୨୩ ମସିହାରେ ଦାଦା ସାହେବ ଫାଲକେ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ, ମହାରାଷ୍ଟ୍ର ତରଫରୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ସହ ଏ ପର୍ଯ୍ୟନ୍ତ ସାତଟି ପୁରସ୍କାର ପାଇସାରିଛି ।
Next Post