ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଶୁକ୍ରବାର ବନ୍ଦର ଅଞ୍ଚଳ କାଳୀପଲ୍ଲୀ ଗ୍ରାମପଞ୍ଚାୟତର ବାତ୍ୟା ଶ୍ରୟସ୍ଥଳିରେ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ସରପଞ୍ଚ ଶ୍ରୀମତୀ ବି. ଲକ୍ଷ୍ମୀ ପାତ୍ର ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିବିରରେ ପ୍ରାୟତଃ ଦୁଇଶହରୁ ଅଧିକ ରୋଗୀ ମାଗଣାରେ ଉନ୍ନତମାନର ଔଷଧୀୟ ଉପକରଣ ସହ ଏହି ବହିଃ-ଚିକିତ୍ସା ସେବା ସୁବିଧା ଲାଭ କରିଥିଲେ । ଆଇଆର୍ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ପକ୍ଷରୁ ମ୍ୟାନେଜର ସି.ଏସ୍.ଆର୍. ଦୀପକ କୁମାର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ ।