ନୀଳାମ୍ୱରୀ ଦେବୀଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ଉ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନସ୍ଥ ଏ.ତୋଟାପଲ୍ଲୀ ଗ୍ରାମର ଅଧିଷ୍ଠାତ୍ରୀଦେବୀ ମା’ନୀଳାମ୍ୱରୀ ଦେବୀଙ୍କ ମନ୍ଦିର ପରିସରରେ ନବନିର୍ମିତ ନୂତନ ପ୍ରାସାଦ ପ୍ରତିଷ୍ଠା ଉତ୍ସବ, ପ୍ରାଣ-ପ୍ରତିଷ୍ଠା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ତିନିଦିନ ବ୍ୟାପୀ ଏହି ଯଜ୍ଞାନୁଷ୍ଠାନ ମହୋତ୍ସବରେ ଆୟୋଜିତ ଶାଳା-ପ୍ରତିଷ୍ଠା, ନାମଯଜ୍ଞ, ଅନ୍ନ-ଯଜ୍ଞ, ଜ୍ଞାନଯଜ୍ଞ, ଘୃତଯଜ୍ଞ ଆଦି ଅନୁଷ୍ଠିତ ହୋଇ ଉକ୍ତ ଗ୍ରାମ୍ୟ ପରିସରରେ ଏକ ବୃହତ୍ତର ଭାବେ ଶାକ୍ତଧର୍ମର ଏକ ନିଆରା ଅଧ୍ୟାତ୍ମିକ ଭାବର ବାତାବରଣରେ ମୁଖରୀତ ସୃଷ୍ଟି କରିଥିଲା । ଅଗଣିତ ଭକ୍ତବୃନ୍ଦଙ୍କୁ ଓ ଗ୍ରାମବାସୀଙ୍କୁ ଭକ୍ତି ଭାବାପନ୍ନରେ ବନ୍ଧନ ରଖି ଏହି ମହୋତ୍ସବରେ ସଭିଙ୍କୁ ନୂତନ ଜାଗରଣ ସୃଷ୍ଟି କରିଥିଲା । ଆନନ୍ଦ ବଜାରରେ ପ୍ରାୟତଃ ୧୦ହାଜରରୁ ଉର୍ଦ୍ଧ ଭକ୍ତ ଅନ୍ନ-ପ୍ରାସାଦ ସାରି ଆନନ୍ଦ ଅନୁଭବ କରି ବିଭୂକୃପା ଲାଭ କରିଥିଲେ । ମନ୍ଦିର କମିଟି ଓ ଗ୍ରାମ୍ୟ କମିଟି ଏବଂ ବହୁ ନେତ୍ତୃବର୍ଗ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.