ବଙ୍ଗୋମୁଣ୍ଡା କପ୍‌ ଦିବାରାତ୍ରି ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସ୍ୱାମୀ ବିବେକାନନ୍ଦ ଆଥଲାଟିକସ୍‌ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ବଙ୍ଗୋମୁଣ୍ଡା ଖେଳପଡ଼ିଆଠାରେ ଦିବାରାତ୍ରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ସାମ୍ବାଦିକ ଦୀପକ ଯାଦବ, ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚ ଖୋଲାନ ଓ ଭୋଜପୁର ମଧ୍ୟରେ ହୋଇଥିଲା । ଏଥିରେ ଭୋଜପୁର ଦଳ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ କଣ୍ଟାବାଞ୍ଜି ଓ ଘୁଷୁରାମୁଣ୍ଡା ଦଳ ମଧ୍ୟରେ ହୋଇଥିଲା । ଏଥିରେ ଘୁଷୁରାମୁଣ୍ଡା ଦଳ ବିଜୟୀ ହୋଇଥିଲା । ଆୟୋଜକ କମିଟିର ମଣ୍ଟୁ ସରାଫ, ଯଶୋବନ୍ତ ବାଗ, ରଶ୍ମି ସିନ୍ଦୁର, ଜଗା ନାଗ, ପୃଥ୍ୱୀରାଜ ବାଗ ତଥା କମିଟିର ଅନେକ ସଦସ୍ୟ ସହଯୋଗ କରିଥିଲେ । ବିବଛ ମାଝୀ ରେଫରୀ, ବୈଷ୍ଣବ ତାଣ୍ଡି ଓ ସୁନିଶ ପ୍ରଧାନୀ ଲାଇନ ମ୍ୟାନ ଭାବରେ ଖେଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.