oom

ବଲାଙ୍ଗିର ମୁଖ୍ୟ ପ୍ରାଣୀଚିକିତ୍ସା କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ପ୍ରାଣୀ ଚିକିତ୍ସକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀଚିକିତ୍ସା ସେବା ସଂଘ ତରଫରୁ ବିଗତ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିବାବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଆଜି ବଲାଙ୍ଗିର ମୁଖ୍ୟ ପ୍ରାଣୀଚିକିତ୍ସା କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି ଡାକ୍ତର । ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ୧୩୦୦ ଡାକ୍ତର ତୁଳାଉ ଥିବା ବେଳେ ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥିବା ସେମାନଙ୍କୁ ହତୋତ୍ସାହିତ କରିଛି । ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି ୪୦% ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି । ଯାହାକି ପ୍ରାଣୀଚିକିତ୍ସକମାନଙ୍କୁ ଅଧିକ ଚାପଗ୍ରସ୍ତ କରିଛି । ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯିବା, କାର୍ଯ୍ୟ ସମୟ ପରେ ପ୍ରାଇଭେଟ୍‌ ପ୍ରାକ୍‌ଟିସ୍‌ କରୁଥିବା ପ୍ରାଣୀ ଚିକିତ୍ସକମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରାଯିବା ଇତ୍ୟାଦି ଯୋଗୁଁ ଆଜି ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି । ସଂଘ ୪ ଦଫା ଦାବି କରିଛି । ଅନେକ ଥର ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆନଯାଇ କେବଳ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି । ତେଣୁ ଜାନୁଆରୀ ୧୮ରୁ ବଲାଙ୍ଗିର ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ଯାଇଛନ୍ତି । ତେବେ ଏଥିଯୋଗୁଁ ବଲାଙ୍ଗିର ଜିଲ୍ଲାର ପ୍ରାଣୀପାଳକମାନଙ୍କୁ ହେବାକୁ ଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ କହିଛି ।

jittmm
Leave A Reply

Your email address will not be published.