ବାତିଲ୍‌ ହେଲା ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ଜାନୁଆରୀରେ ହେବାକୁ ଥିବା ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ବାତିଲ୍‌ କରାଯାଇଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଚିଠି ନମ୍ବର ୧୯୯୯ ଅନୁସାରେ ଏହି ଦିନକୁ ରାଜ୍ୟ ସରକାର ଦିବା ୨.୩୦ ଯାଏ ଛୁଟି ଘୋଷଣା କରିଛନ୍ତି । ଅଯୋଧ୍ୟାରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଏହି ଛୁଟି ଘୋଷଣା ହୋଇଛି । ଫଳରେ ଏହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଖପ୍ରାଖୋଲ ବ୍ଲକ ଅଫିସରେ ହେବାକୁ ଥିବା ଏହି ଜନ-ଅଭିଯୋଗ ଶୁଣାଣୀକୁ ବାତିଲ୍‌ କରାଯାଇଛି । ମାସର ଅନ୍ତିମ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆସନ୍ତା ୨୯ ତାରିଖରେ ଆଗଲପୁର ବ୍ଲକରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.