csstore

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୁରୁବାର ଦିନଠାରୁ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଡକ୍ଟର ସ୍ନେହାଞ୍ଜଳି ମହାନ୍ତି, ଅଧ୍ୟାପକ ଅତୁଲ କୁମାର ଦାସ, ସରୋଜ ବଳିୟାରସିଂହ, ସୁକାନ୍ତ କୁମାର ପଣ୍ଡା, ଜିତେନ୍ଦ୍ର କୁମାର ମଲ୍ଲିକ, ମନୋରଞ୍ଜନ ରଣସିଂହ, ସୁମନ୍ତ ତରେଇ, ଗୀତାଞ୍ଜଳି ସାହୁ, ରାକେଶ କୁମାର ସ୍ୱାଇଁ, ପ୍ରିୟଙ୍କା ଦଳେଇ, ସୌଭାଗିନୀ ପାଢ଼ୀ ପ୍ରମୁଖ ଯୋଗଦେଇ ସାମ୍ରତିକ ସମାଜରେ ଛାତ୍ରୀ ଆତ୍ମସୁରକ୍ଷାର ଆବଶ୍ୟକତା ଓ ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ସଂଯୋଜିକା ତନ୍ମୟୀ ମହାପାତ୍ର ଓ ମାଷ୍ଟର ଟ୍ରେନର ତପସ୍ୱିନୀ ମହାପାତ୍ର ଛାତ୍ରୀ ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଓ ଦିଗସମ୍ପର୍କରେ ସବିଶେଷ ତଥ୍ୟ ଦେବାସହ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଅଂଶଗ୍ରହଣ କରିବା ସହ ସହଯୋଗ କରିଥିଲେ । ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୧ ଜଣ ଛାତ୍ରୀ ଓ ଧନ୍ଦାମୂଳକ ବିଦ୍ୟାଳୟର ୧୪ ଜଣ ଛାତ୍ରୀ ସମୁଦାୟ ୧୩୫ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ଆଠଦିନ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରିନ୍‌ସିପାଲ୍‌ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.