oom

ଗମ୍ଭାରୀଖୋଲା ଗ୍ରାମରେ ସ୍ଥାୟୀ ଖେଳପଡିଆ ପାଇଁ ଗାଁର ଯୁବଗୋଷ୍ଠୀ ତହସିଲଦାରଙ୍କ ଦ୍ୱାରସ୍ଥ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଗମ୍ଭାରୀଖୋଲା ଗ୍ରାମରେ ଏକ ସ୍ଥାୟୀ ଖେଳପଡିଆ ଯୋଗାଇ ଦେବାକୁ ଗ୍ରାମର ଯୁବଗୋଷ୍ଠୀ ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଏ ସମ୍ପର୍କରେ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ଖେଳପଡିଆ ପାଇଁ ଦାବୀ କରିଛନ୍ତି । ଦାବୀ ମୁତାବକ ଗ୍ରାମରେ ବହୁ ସରକାରୀ ଓ ଗୋଚର ଜମି ଥିବା ବେଳେ ତାହା ଚାଷବାସ ଓ ଜବର ଦଖଲରେ ରହିଛି । ଗ୍ରାମର ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ଖେଳକୁଦ, ବ୍ୟାୟାମ ଓ ସକାଳ, ସନ୍ଧ୍ୟା ଭ୍ରମଣ ପାଇଁ ଖେଳପଡିଆ ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଗ୍ରାମରେ ଏକ ସ୍ଥାୟୀ ଖେଳପଡିଆ ପାଇଁ ସ୍ଥାନ ଚିହ୍ନଟ କରି ଯୋଗାଇ ଦେବାକୁ ଗ୍ରାମର ଯୁବଗୋଷ୍ଠୀ ଦାବୀ କରିଛନ୍ତି । ଦାବୀପତ୍ର ପ୍ରଦାନ ବେଳେ ଗ୍ରାମର ଦୈତାରି ହାତୀ, ଖଗେଶ୍ୱର ମାଝୀ, ବୁଧୁ ବାଗ, ତୁଳସୀ ମାହାକୁର, କିଶୋର ବନଛୋର, ଯୁଗଳ ଭୁଏ, ବୈକୁଣ୍ଠ ବନଛୋର, ଅଜିନ ଠେଲା, ହର ବନଛୋର, ଡିଙ୍ଗର ହାତୀ, ହରି ମାଝୀ, ଜ୍ୟୋସ୍ନା ବାଗ, ଶ୍ରୀରାମ ମାହାକୁର, ଗଣେଶ ହାତୀ, ମମତା ହାତୀ, ରୁକ୍ମଣୀ ମାହାକୁର, ଗଦାଧର ହାତୀ, ଜ୍ୟୋସ୍ନା ସେଲମା, ଚମ୍ପା ମାହାକୁର, ନବୀନ ଖେତି, ଯୁଧିଷ୍ଠିର ମାଝୀ, ଯୁଗେଶ ମାହାକୁର, ପ୍ରମୋଦ ମାହାକୁର, ନରେନ୍ଦ୍ର ମାହାକୁର, ରଘୁ ହାତୀ, ମାୟାଧର ହାତୀ, ଦେବରାଜ ବନଛୋର, ଜିତୁ ବନଛୋର, ରସିକ କେତକୀ, ଲୋକନାଥ କେତକୀ, କେଶବ ହାତୀ, ରାଜକିଶୋର ମାହାକୁର, ମହାଦେବ ମାହାକୁର, ମଦନ ବନଛୋର, ହୃଷି ହାତୀ, ଡୋଳାମଣି ବନଛୋର, ରାଜକିଶୋର ହାତୀ, ସାଧୁ ମାହାକୁର ଓ ଅନ୍ତବଳ ହାତୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.