oom

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ମହକୁମାରେ ଥିବା ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ସମ୍ମାନିତ ଅତିଥି ଭାବେ ସିରୋଲ ପଞ୍ଚାୟତ ସରପଞ୍ଚ ଲୁଚନା ବଗର୍ତ୍ତୀ, ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାଶ ଭୋଇ, ମୁଖ୍ୟବକ୍ତା ଭାବେ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ବିଭାଗ ସଞ୍ଜୟ ଦୀପ ଯୋଗ ଦେଇଥିଲେ । ଶିକ୍ଷକ ଲିଲୁ ମୋହନ ପଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସରସ୍ୱତୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନୀଶୀଳତାର ଉତ୍ସବକୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁରିବାହାଲ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ଶିକ୍ଷୟିତ୍ରୀ ରମଣୀ ସାହାଣୀ ଏବଂ ଜମିଦାତା ଜୟସିଂ ପ୍ରଧାନୀଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରୀ ଜାଗୃତି ବନଛୋରଙ୍କୁ ଶ୍ରେଷ୍ଠ ଛାତ୍ର ପୁରସ୍କାର ଦିଆ ଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମୋତିରାମ ମାଝୀ, ମୋହନ ପ୍ରଧାନୀ, ଜଗଦୀଶ ସୁନା, ଶ୍ୟାମସୁନ୍ଦର ପ୍ରଧାନ, ବିନୋଦ କୁମାର ବାରିକ, ଆଶିଷ କୁମାର ତ୍ରିପାଠୀ, ରୋହିତ ନାଗ, ଶୁଭ୍ରାଂଶୁ ତାଣ୍ଡି, ଆନନ୍ଦିନୀ ଥନାପତି, ଗାୟତ୍ରୀ ତାଣ୍ଡି, ଅନୁପ୍ରିୟା ତାଣ୍ଡି, ଭୁଜମତି ଶବର, ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର, ଝୁନୁରାଣୀ ନନ୍ଦ, ସୁଶାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.