jayashree

ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ପରାମର୍ଶ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ ଷ୍ଠିଚଟିଙ୍ଗ କିନଡର ନେଦରଲ୍ୟାଣ୍ଡ ସହାୟତାରେ ରେଆର୍‌ ସୋନପୁର ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ରେଆର ସାଧାରଣ ସଂପାଦକ ଅନଙ୍ଗ ନେଗୀ ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଲମ୍ବୋଦର ଦୀପ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ରାମ ନିବାସ ଅଗ୍ରୱାଲ ଜିଲ୍ଲା ଶିଶୁ ସୁରକ୍ଷା ଉପରେ ମତ ରଖିଥିଲେ । ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ଯୋଗଦେଇ ଶିଶୁ ସୁରକ୍ଷା ସମ୍ପକିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମତ ରଖିଥିଲେ । ଏହି ଅବସରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ୫% ଗ୍ରାମପଞ୍ଚାୟତର ଜିପିଡିପିର ଶିଶୁମାନଙ୍କ ପାଇଁ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକାରେ ବ୍ୟବସ୍ତା ଥିବାରୁ ଆଗାମୀ ଜାନୁଆରୀ ମାସରେ ଗ୍ରାମସଭାରେ ପ୍ରସ୍ତାବ ରଖିବାକୁ ଅନୁରୋଧ କରିଥିଲେ । ଅଣଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ପୋଷ୍ୟ ସନ୍ତ।ନ ଗ୍ରହଣ ଉପରେ ମତପ୍ରକାଶ କରିଥିଲେ । ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା, ରାଜୀବ ନାୟକ ଓ ସୁଶାନ୍ତ ଭୋଇ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ନିୟମ, ସରକାରୀ ଯୋଜନା ଏବଂ ଶିଶୁମାନଙ୍କ ପାଇଁ ରହିଥିବା ସହାୟତା ଉପରେ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଧନୁର୍ଦ୍ଧର ନାଏକ ସ୍ୱାଗତ କରିଥିଲେ ଓ କ୍ଷେତ୍ର କର୍ମୀ ଅଶୋକ କୁମାର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.