jayashree

ଏସ୍ଇସିଏଲ୍‌ ଏବଂ ଏମ୍‌ସିଏଲ୍‌ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମଞ୍ଜୁର କଲା କ୍ୟାବିନେଟ୍

● ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ବିପିଏଲ୍‌ ଜରିଆରେ ୨x୮୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଏମ୍‌ସିଏଲ୍
● ଏମ୍‌ପିପିଜିସିଏଲ୍‌ ସହ ଯୌଥ ଉଦ୍ୟୋଗ ଜରିଆରେ ୧x୬୬୦ ମେଗାୱାଟ୍‌ କ୍ଷମତା ସମ୍ପନ୍ନ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବ ସାଉଥ୍‌ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏସ୍‌ଇସିଏଲ୍‌)

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି । ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍ (ଏସ୍‌ଇସିଏଲ୍‌) ଏବଂ ଏମ୍‌ପିପିଜିସିଏଲ୍‌ର ଯୌଥ ଉଦ୍ୟୋଗ ଆକାରରେ ୧x୬୬୦ ମେଗାୱାଟ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ମହାନଦୀ ବେସିନ୍‌ ପାୱାର୍‌ ଲିମିଟେଡ୍‌ (ଏମ୍‌ବିପିଏଲ୍‌) ଜରିଆରେ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । ଏମ୍‌ବିପିଏଲ୍‌ ହେଉଛି ଏମ୍‌ସିଏଲ୍‌ର ଏକ ସହଯୋଗୀ କମ୍ପାନୀ ।
ଏସ୍‌ଇସିଏଲ୍‌, ଏମ୍‌ସିଏଲ୍‌ ଏବଂ ସିଆଇଏଲ୍‌ ଦ୍ୱାରା ଇକ୍ୟୁଟି ନିବେଶ ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ନିମ୍ନ ମତେ ମଞ୍ଜୁର କରିଛି :
(କ). ମଧ୍ୟପ୍ରଦେଶ ଅନୁପ୍ପୁର ଜିଲ୍ଲା ଚାଚାଇ ଗ୍ରାମରେ ଅମରକଣ୍ଟକ ତାପଜ ବିଦ୍ୟୁତ କେନ୍ଦ୍ରଠାରେ ଏସ୍‌ଇସିଏଲ୍‌ ଏବଂ ଏମ୍‌ପିପିଜିସିଏଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ପ୍ରସ୍ତାବିତ ୧x୬୬୦ ମେଗାୱାଟ୍ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ଆନୁମାନିକ ୫,୬୦୦ କୋଟି ଟଙ୍କାର ପ୍ରକଳ୍ପ ପୁଞ୍ଜିବ୍ୟୟ (±୨୦%ର ଶୁଦ୍ଧତା) ସହିତ ୭୦:୩୦ ଋଣ-ଇକ୍ୟୁଟି ଅନୁପାତ ଏବଂ ୪୯% ଇକ୍ୟୁଟୀ ନିବେଶକୁ ବିଚାର କରି ଏସଇସିଏଲ୍‌ ଦ୍ୱାରା ଯୌଥ ଉଦ୍ୟୋଗ କମ୍ପାନୀରେ ୮୨୩ କୋଟି (± ୨୦%) ଟଙ୍କାର ଇକ୍ୟୁଟି ପୁଞ୍ଜି ନିବେଶ ।
(ଖ). ଏମ୍‌ବିପିଏଲ୍‌ ଜରିଆରେ ଆନୁମାନିକ ୧୫,୯୪୭ କୋଟି ଟଙ୍କା (±୨୦% ସଠିକତା)ର ପ୍ରକଳ୍ପ ପୁଞ୍ଜିବ୍ୟୟ ସହିତ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ୨x୮୦୦ ମେଗାୱାଟ୍ ସୁପର୍ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଏମ୍‌ସିଏଲ୍‌ ଦ୍ୱାରା ୪,୭୮୪ କୋଟି ଟଙ୍କା (±୨୦%)ର ଇକ୍ୟୁଟି ପୁଞ୍ଜିନିବେଶ ।
(ଗ). ୨x୮୦୦ ମେଗାୱାଟ୍ ସୁପର-କ୍ରିଟିକାଲ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏମ୍‌ସିଏଲ୍‌ର ଏସ୍‌ପିଭି ଏମ୍‌ବିପିଏଲ୍‌କୁ ଅନୁମତି ।
(ଘ). ଉପରୋକ୍ତ ପ୍ରକାରରେ ବିନ୍ଦୁ (କ)ଠାରେ ଏସ୍‌ଇସିଏଲ୍‌-ଏମ୍‌ପିପିଜିସିଏଲ୍‌ର ଯୌଥ ଉଦ୍ୟୋଗରେ ସିଆଇଏଲ୍ ଦ୍ୱାରା ନିଜ ମୋଟ୍ ମୂଲ୍ୟର ୩୦%ଠାରୁ ଅଧିକ ଇକ୍ୟୁଟି ନିବେଶ ଏବଂ ଉପରୋକ୍ତ ପ୍ରକାରରେ ବିନ୍ଦୁ (ଖ) ଭଳି ଏମ୍‌ସିଏଲ୍‌ର ଶତପ୍ରତିଶତ ମାଲିକାନାରେ ଥିବା ସହାୟକ କମ୍ପାନୀ ଏମ୍‌ବିପିଏଲ୍ ଦ୍ୱାରା ଇକ୍ୟୁଟି ନିବେଶ (୪,୭୮୪ କୋଟି ଟଙ୍କା ± ୨୦%) ।

ବିଶ୍ୱର ସର୍ବବୃହତ କୋଇଲା ଖଣି କମ୍ପାନି କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଦେଶକୁ ଶସ୍ତା ବିଜୁଳି ଯୋଗାଇବା ଉଦ୍ଦେଶ୍ୟରେ ଏହାର ସହାୟକ ସଂସ୍ଥା ଜରିଆରେ ଦୁଇଟି ପିଟ୍ ହେଡ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ କରିବ –

(କ). ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର ଚଚାଇ ଗ୍ରାମର ଅମରକଣ୍ଟକ ତାପଜ ବିଦ୍ୟୁତ ଷ୍ଟେସନରେ ଏସ୍‌ଇସିଏଲ୍‌ ଏବଂ ମଧ୍ୟପ୍ରଦେଶ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଲିମିଟେଡ (ଏମ୍‌ପିପିଜିସିଏଲ୍‌) ମଧ୍ୟରେ ଜେଭି ମାଧ୍ୟମରେ ୧x୬୬୦ ମେଗାୱାଟ ସୁପରକ୍ରିଟିକାଲ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ଲାଣ୍ଟ (ଟିପିପି);

(ଖ). ଏମସିଏଲ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ‘ମହାନଦୀ ବେସିନ୍ ପାୱାର ଲିମିଟେଡ୍’ (ଏମ୍‌ବିପିଏଲ୍‌) ଜରିଆରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦ ମେଗାଓ୍ଵାଟ୍ ସୁପରକ୍ରିଟିକାଲ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ।

Leave A Reply

Your email address will not be published.