oom

ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗ୍ରାମରେ ଚାଲିଥିବା ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହୋଇଛନ୍ତି କଣ୍ଟାବାଞ୍ଜି ଅଞ୍ଚଳର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ବଳଧା ସରପଞ୍ଚ ରାଜକୁମାରୀ ବେଶ୍ରା, ଜିଆର୍‌ଏସ୍‌ ପୃଥ୍ୱୀରାଜ ବାଗ, କପିଲାଭଟା ପଞ୍ଚାୟତର ସମିତିସଭ୍ୟ କେଦାର ଭୋଇ, ଆୟୋଜକ କମିଟିର ସଭାପତି ସଦାନନ୍ଦ ତାଣ୍ଡି, ସମ୍ପାଦକ ଲମ୍ବୋଦର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ଥିବା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ହଂସ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ଉପରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସାମ୍ବାଦିକଙ୍କୁ ଏହି ଭଳି ସମ୍ମାନ ଦେଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.