oom

ନକଲି ସାର୍ଟିଫିକେଟ୍‌ ପରେ ଏବେ ନକଲି ନିଯୁକ୍ତି ପତ୍ର ମାମଲା ବଲାଙ୍ଗିରରେ ସୃଷ୍ଟି କରିଛି ହଇଚଇ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ୍‌ ପରେ ଏବେ ନକଲି ନିଯୁକ୍ତି ପତ୍ର ମାମଲା ବଲାଙ୍ଗିରରେ ହଇଚଇ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ଜଣେ ଯୁବତୀ ତୁଷୁରା ୱେଲ୍‌ଫେୟାର ଏକ୍ସଟେନ୍‌ସନ୍‌ ଅଫିସର୍‌ ନିଯୁକ୍ତି ପତ୍ର ନେଇ ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାକିରୀରେ ଯୋଗଦେବା ପାଇଁ ପହଞ୍ଚିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ନିଯୁକ୍ତି ପତ୍ର ନକଲି ସନ୍ଦେହ କରି ବଲାଙ୍ଗିର ଟାଉନ୍‌ ପୋଲିସକୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହାପରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ବଲାଙ୍ଗିର ପୋଲିସ । ସଂପୃକ୍ତ ଜାଲ ନିଯୁକ୍ତି ପତ୍ରଧାରୀ ଯୁବତୀ ଜଣକ ଅନନ୍ୟା ପରିଚ୍ଛା ଓ ସେ ରାୟଗଡ଼ା ଜିଲ୍ଲାରୁ ତାଙ୍କ ବାପାଙ୍କ ସହ ଆସିଥିବା ବେଳେ ତାଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରିଥିଲା । ପଚରା ଉଚୁରାରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ଯୁବତୀ ଜଣକ ଠକାମୀର ଶିକାର ହୋଇଛନ୍ତି । ଠକମାନେ ତାଙ୍କ ବାପାଙ୍କଠୁ ୫ ଲକ୍ଷ ଟଙ୍କା ନେଇ ଏଭଳି ନକଲି ନିଯୁକ୍ତି ପତ୍ର ପୋଷ୍ଟାଲ ମାଧ୍ୟମରେ ପଠାଇଛନ୍ତି । ଏହାପରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଏହି ମାମଲାକୁ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ତଦନ୍ତ କରାଇଛନ୍ତି । ତେବେ ଯୁବତୀଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଜଣେ ବ୍ୟକ୍ତିଙ୍କୁ ରାୟଗଡ଼ାଠାରୁ ବଲାଙ୍ଗିର ପୋଲିସ ଉଠାଇ ଆଣିଥିବା ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ନକଲି ନିଯୁକ୍ତି ପତ୍ର ସ୍କାମ୍‌ରେ ଏକ ର‍୍ୟାକେଟ୍‌ କାମ କରୁଥିବା ବେଳେ ଏହାର ଚେର ଭୁବନେଶ୍ୱରରେ ରହିଥିବା ଆଲୋଚନା ହେଉଛି । ତୁଷୁରା ଏନ୍‌ଏସି ଘୋଷଣା ହୋଇ ସାରିଥିବା ବେଳେ ପୁଣି ତୁଷୁରା ଏକ ବ୍ଲକ ନୁହେଁ । ନିଯୁକ୍ତି ପତ୍ରରେ ତୁଷୁରା ବ୍ଲକ ପାଇଁ ୱେଲଫେୟାର ଏକ୍ସଟେନ୍‌ସନ୍‌ ଅଫିସର୍‌ ପଦବୀ ଉଲ୍ଲେଖ ଥିବାରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ନିଯୁକ୍ତି ପତ୍ର ନକଲି ବୋଲି ସନ୍ଦେହ କରି ପୋଲିସକୁ ଖବର ଦେଇଥିବା କହିଛନ୍ତି ।

jittmm
Leave A Reply

Your email address will not be published.