ବ୍ରହ୍ମପୁର, (କେପିଏନ୍ଏସ୍) : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ନବୀନ କାର୍ଯ୍ୟାଳୟଠାରେ ଓଡ଼ିଆ ଭାଷା ରକ୍ଷକ କାଳଜୟୀ ସାରସ୍ୱତ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୨ତମ ଜୟନ୍ତୀ ପାଳିତ ହୋଇଯାଇଛ । ନବୀନ ସମ୍ପାଦକ ରବି ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବୀନ ପାଠାଗାର ଓ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ୍ ରାଜେନ୍ଦ୍ର ପଣ୍ଡା, ଆଇନଜୀବୀ ଶିବ ପ୍ରସାଦ ମିଶ୍ର, ଡ଼ଃ. ଡ଼ମ୍ବରୁଧର ସାହୁ ମଞ୍ଚାସୀନ ହୋଇ ଫକୀର ମୋହନଙ୍କ ରଚିତ ସାହିତ୍ୟ, ଗଳ୍ପ ଓ ଉପନ୍ୟାସ ଚୀର ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଆଗାମୀ ଯୁବପିଢ଼ି ଓଡ଼ିଶାର ଭାଷା, ସାହିତ୍ୟର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣ କୁମାର ପଣ୍ଡା, ମାନସ ରଂଜନ ତ୍ରିପାଠୀ, ଶାନ୍ତନୁ କୁମାର ଦାସ, ପ୍ରେମାନନ୍ଦ ଦାଶ, ଅରୁଣ ମୋହନ ପାତ୍ର, କାଳୀ ଦାସ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।