oom

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ନୂଆପଡାକୁ ୩-୧ ଗୋଲରେ ହରାଇ ଫାଇନାଲରେ ଜାମଖୁଣ୍ଟା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର କୁମ୍ଭୀ ପଟୁଆ ଡୁଙ୍ଗରି ଖେଳପଡିଆଠାରେ ଚାଲିଥିବା ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିବସରେ ପହଞ୍ଚିଛି । ଷଷ୍ଠ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ବିଶେଷ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ପୂର୍ବତନ ବଳଧା ସରପଞ୍ଚ ଲୋକନାଥ ପ୍ରଧାନୀ, ବରିଷ୍ଠ କଂଗ୍ରେସ ନେତା ସୁବାଷ ବେହେରା, ବିଶ୍ୱରାମ ହିଆଁଲ, ପୂର୍ଣ୍ଣିମା ଦଣ୍ଡସେନା, ସୁଦାମ ସିଂ ବାରିକ, ଚୁଡାମଣି ପୁଞ୍ଜି, ସୁମନ୍ତ ପ୍ରଧାନୀ, ହେମନ୍ତ ତେଜି, ମହେନ୍ଦ୍ର ବିଶି, ବୀର ପ୍ରତାପ ନାଏକ, କୁମାରୀ ଝାଙ୍କର, ଧନୁର୍ଯ୍ୟ ବେହେରା, ବିଷ୍ଣୁ ଗହୀର, କୁମର ବେହେରା, ଉଆଁସୁ ଗହୀର, କବିରାଜ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଷଷ୍ଠ ଦିବସ ମ୍ୟାଚରେ ନୂଆପଡା ଓ ଜାମଖୁଣ୍ଟା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ନୂଆପଡାକୁ ୩-୧ ଗୋଲରେ ହରାଇ ଫାଇନାଲରେ ଜାମଖୁଣ୍ଟା ଦଳ । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଡିସେମ୍ବର ଭୋଇ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ ଓ ହୁଲେଶ୍ୱର ହଂସ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ସଦାନନ୍ଦ ତାଣ୍ଡି, ସମ୍ପାଦକ ଲମ୍ବୋଦର ବେହେରା, କୋଷାଧ୍ୟକ୍ଷ ଚକ୍ରଧର ପୁଞ୍ଜି, ସଦସ୍ୟ କେଶବ ଚନ୍ଦ୍ର ପୁଞ୍ଜି, ଚୁଡାମଣି ପୁଞ୍ଜି, ଚିନ୍ତାମଣି ବେହେରା, ସୁଧୀର କୁମାର ପୁଞ୍ଜି, କିଶୋର ବେହେରା, ଗୋପାଳ ବେହେରା, ପପୁ ବେହେରା, ଖୁସିରାମ ବେହେରା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.