csstore

ସମ୍ଭାଗସ୍ତରୀୟ ଖେଳକୁଦ ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଧୂମାଭଟା ପଡ଼ିଆରେ ସମ୍ଭାଗସ୍ତରୀୟ ଖେଳକୁଦ ସମାରୋହ ୨୦୨୩-୨୪ ଆଜି ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପ୍ରିତେଶ କୁମାର ବହିଦାର ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଯୋଗଦେଇ ପୁଜାର୍ଚ୍ଚନା କରି ଜ୍ୟୋତି ନିର୍ବାପନ ପୂର୍ବକ ଧ୍ୱଜା ଅବତରଣ କରି ଆସନ୍ତା ବର୍ଷ ପାଇଁ ରାଉରକେଲା ବିଭାଗ ନିରୀକ୍ଷକଙ୍କୁ ଧ୍ୱଜା ପ୍ରଦାନ କରି ଉଦ୍‌ଯାପନ ଘୋଷଣା କରି ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ହାରିବା ଓ ଜିଣିବାକୁ ନଜର ନ ରଖି ଖେଳରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ । ସହପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଶିବାନନ୍ଦ ଦାଶ ସମ୍ଭାଗ ଶାରୀରିକ ପ୍ରମୁଖ ବୃତ୍ତ କଥନ କରିଥିଲେ । ସମ୍ମାନିତ ଅତିଥି ଭାବରେ ମନୋଜ କୁମାର ପଣ୍ଡା (ସହ ଜିଲ୍ଲା ପ୍ରମୁଖ), ଶିବ ପ୍ରସାଦ ବାଗ (ପଶ୍ଚିମ ସମ୍ଭାଗ କୋଷାଧ୍ୟକ୍ଷ), ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ରଂଜନ ମିଶ୍ର ପଶ୍ଚିମ ସମ୍ଭାଗ ସଂଯୋଜକ, ପ୍ରାନ୍ତ ବିଦ୍ୟା ମନ୍ଦିର ସଂଯୋଜକ ଆଶିଷ କୁମାର ରଥ, ସୁଶାନ୍ତ କୁମାର ପାଣିଗ୍ରାହୀ ବରଗଡ଼ ବିଭାଗ ନିରୀକ୍ଷକ ଲୋକନାଥ ମିଶ୍ର ଶୈକ୍ଷିକ ସଂଯୋଜକ ଶିଶୁ ବାଟିକା ବିଭାଗ, ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ପ୍ରମୁଖ ସହଯୋଗ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୃଥିରାଜ ସାହୁ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦାୟୀ ସଂଚାଳନ ପରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା । ୫ଟି ଜିଲ୍ଲାରୁ ୨୯୮ ଜଣ ଭାଇ ଭଉଣୀ ଖେଳକୁଦରେ ଭାଗ ନେଇଥିଲେ ଏଥିରେ ୩୦ ଜଣ କ୍ରୀଡ଼ା ପରିଚାଳକ ସହଯୋଗ କରିଥିବା ବେଳେ ପ୍ରାନ୍ତ ଶାରୀରିକ ପ୍ରମୁଖ ଦିଲୀପ ସାଥୁଆ ଓ ସମ୍ଭାଗ ଶାରୀରିକ ପ୍ରମୁଖ ଶିବାନନ୍ଦ ଦାଶ କ୍ରୀଡ଼ା ପରିଚାଳନା କରିଥିଲେ । ପଦ୍ମପୁର ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ପୁରାତନ ଛାତ୍ର ସଂସଦର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.