csstore

ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଭ୍ରମଣ ଶିକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ପ୍ରୟାସରେ ଏବଂ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ଆଜି ବିଦ୍ୟାଳୟର ୯୭ ଜଣ ଛାତ୍ରୀଙ୍କ ସହିତ ୧୧୫ ଜଣ “ବଡ଼ ପଣ୍ଡା ଟ୍ରାଭେଲ”ରେ ବିଭିନ୍ନ ଐତିହାସିକ ସ୍ଥଳୀ ପରିଭ୍ରମଣ କରି ଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥଳୀ ବରଗଡ ଜିଲ୍ଲା ବରପାଲି ଗ୍ରାମର ବାସସ୍ଥଳୀ ଓଡ଼ିଆ ଶିକ୍ଷୟତ୍ରୀ ଶ୍ରୀମତୀ ଅନିମା ରାଉତ ପରିଦର୍ଶନ କରାଇଥିଲେ । ସୋନପୁର ଜିଲ୍ଲା ତ୍ରିବେଣୀ ଘାଟ ଯାହାକି ମହାନଦୀ, ତେଲ ନଦୀ, ଜିରା ନଦୀର ମିଳନ ସ୍ଥଳ, ପାପକ୍ଷୟ, ମେଟାକାନୀ ମନ୍ଦିର, ପାତାଳି ଶ୍ରୀକ୍ଷେତ୍ର, ସୂବର୍ଣ୍ଣ ମେରୁ ମନ୍ଦିର, ରାମେଶ୍ୱର ମନ୍ଦିର, ସୁରେଶ୍ୱରୀ ମନ୍ଦିର, ଶିକ୍ଷକ ମନୋଜ ସାହୁ ଏବଂ ସେବକ ସେଠ, ସଂଗୀତା ସାହୁ ପିଲାଙ୍କୁ ଏହି କ୍ଷେତ୍ରମାନଙ୍କ ଐତିହ୍ୟ ବୁଝାଇ ଥିଲେ । ସନ୍ଥ କବି ଭୀମଭାଇଙ୍କ ସମାଧି ପିଠ, ଖଲିଆପାଲିକୁ ପରିଦର୍ଶନ ଶିକ୍ଷୟତ୍ରୀ ଉଷା ଦାସ, ନମିତା ସାହୁ, ରଞ୍ଜିତା ସାହା, ସତ୍ୟଭୂଷଣ ସାହୁ ପରିଦର୍ଶନ କରାଇଥିଲେ । ପରିଚାଳନା କମିଟି ସଦସ୍ୟ ଯୋଗେନ୍ଦ୍ର ଭୋଇ ଏବଂ ଅଭିଭାବିକା ଅଞ୍ଜଳି ସେଠ, ଶିକ୍ଷାଦାନ କାର୍ଯ୍ୟକୁ ସରସ ସୁନ୍ଦର କରିବା ପାଇଁ ପ୍ରୟାସ କରିଥିଲେ ।

jayashree
Leave A Reply

Your email address will not be published.