ବାଙ୍କେଲ ବିଦ୍ୟାଳୟର ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୁକ୍ତ ସୁରେନ୍ଦ୍ର କୁମ୍ଭାରକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ମୁରିବାହାଲ ବ୍ଲକ ବାଙ୍କେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶନିବାର ଦିନ ଗ୍ରାମର ସୁରେନ କୁମ୍ଭାର ମଦ୍ୟପାନ କରିଥିବା ଅବସ୍ଥାରେ ବାଡ଼ିରେ ସ୍କୁଲ ଛାତ୍ର ମାନଙ୍କୁ ପିଟିଥିଲା । ତେବେ ଗୁରୁତର ୬ ଜଣ ଛାତ୍ରଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସେହି ଘଟଣା ଭିଆଇବା ପରେ ମଦ୍ୟପ ସୁରେନ୍ଦ୍ର କୁମ୍ଭାର ଫେରାର ମାରିଥିଲା । ଟିଟିଲାଗଡ ଥାନାଧିକାରୀ ଶ୍ରୀ ମନୋଜ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଅଭିଯୁକ୍ତ ରବିବାର ଦିନ ଧରିବାରେ ସଫଳ ହେବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ପୋଲିସ ଅତି ଶୀଘ୍ର ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ପୋଲିସ ପକ୍ଷରୁ ନିଆଯାଇଥବା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପ୍ରଶାସନ ପ୍ରଶଂସାର ପାତ୍ର ହୋଇପାରିଛି ।

Leave A Reply

Your email address will not be published.