ରୋତ୍‌ କଲେଜରେ ନୂଆ-ଓ ତରଫରୁ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ବାଣୀନିକେତନ ରୋତ୍‌ ଜିଲ୍ଲା-ବଲାଙ୍ଗିରରେ ନୂଆ-ଓ ତରଫରୁ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏଥିରେ କାର୍ଯ୍ୟକ୍ରମ ଅଧିକାରୀ ତଥା ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଦାଶ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉଭୟ ଯୁକ୍ତଦୁଇ ଓ ଯୁକ୍ତତିନି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବା ଓଡିଆ ଭାଷା ଓ ସାହିତ୍ୟ ଜ୍ଞାନ ତଥା ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଆ କବିତା ଲିଖନ, ପ୍ରବନ୍ଧ ଲିଖନ, କବିତା ପଠନ, ହସ୍ତାକ୍ଷର ଲିଖନ, କୁଇଜ୍, ବିତର୍କ, ଜଗନ୍ନାଥ ଭଜନ ଗାନ, ଲୋକନୃତ୍ୟ ଆଦି ପ୍ରତିଯୋଗିତା ସହ ଓଡିଆ ଚଳଚ୍ଚିତ୍ର ପ୍ରଦର୍ଶନ ଓ ଓଡିଆ ସାହିତ୍ୟ ସଂପର୍କରେ ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେବ । ଆସନ୍ତା ୨୦ ତାରିଖ ଉଦ୍‌ଯାପିନୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।

jittmm
Leave A Reply

Your email address will not be published.