ଶେଷ ହେଲା ଗୁଡଭେଲା ବ୍ଲକର ତୃତୀୟ ପର୍ଯ୍ୟାୟ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ତାଲିମ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ଡାହିମାଲ ଓ ରୁଷୁଡା ହାଇସ୍କୁଲଠାରେ ଗତ ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ତାଲିମ ଶିବିର ୧୩ ଜାନୁଆରୀ ଶନିବାର ଅପରାହ୍ନରେ ଶେଷ ହୋଇଯାଇଛି । ବିଇଓ ରୁଷିଆ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ତାଲିମ ଶିବିରରେ ଏବିଇଓ ରମେଶ ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ଭେନ୍ୟୁ ଇନ୍‌ଚାର୍ଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ଡାହିମାଲ ଭେନ୍ୟୁରେ ପ୍ରଶିକ୍ଷକ ଭାବେ ଅଭୟ କୁମାର ମିଶ୍ର, ଜଗମୋହନ ତ୍ରିପାଠୀ, ପ୍ରହଲ୍ଲାଦ ଦଣ୍ଡସେନା, ରଶ୍ମି ରଞ୍ଜନ ସାହୁ ଏବଂ ଅଫିସିଆଲ୍ ଷ୍ଟାଫ୍ ଭାବେ ସିଆର୍‌ସିସି ଷଢାନନ ପ୍ରଧାନୀ ଓ ସମୀର ପ୍ରଧାନ ଯୋଗ ଦେଇଥିଲେ । ଠିକ୍ ସେହିପରି ରୁଷୁଡା ଭେନ୍ୟୁରେ ପ୍ରଶିକ୍ଷକ ଭାବେ ମନୋରଞ୍ଜନ ଭୋଇ, କୃଷ୍ଣଚନ୍ଦ୍ର ଭୋଇ, କାର୍ତ୍ତିକ ହରପାଲ, ସୁଧାଂଶୁ ପୁଟା ଏବଂ ଅଫିସିଆଲ୍ ଷ୍ଟାଫ୍ ଭାବେ ସି.ଆର୍.ସି.ସି. ଟଙ୍କଧର ସା ଓ ପୂର୍ଣ୍ଣଚନ୍ଦ୍ର ଭୋଇ ସହଯୋଗ କରିଥିଲେ । ତିନି ପର୍ଯ୍ୟାୟରେ ବ୍ଲକ୍‌ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ତାଲିମ୍ ନେଇଥିଲେ । ବିଇଓ ଅଫିସ୍‌ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.