ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରୁ ବରଗଡକୁ ଏକ ଡଷ୍ଟର କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାରରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଧିକାରୀ ହରି ଶଙ୍କର ମାଠିଆ ସନ୍ଧ୍ୟା ୭ଟା ସମୟରେ ବାରଖମାଠାରୁ ପୁନୀନାଟ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ପୁନୀନାଟ ଜଙ୍ଗଲ ନିକଟରେ ଏକ ଡଷ୍ଟର କାର ଓଡି୦୨ଏଲ୍୯୧୯୧ଟି ଆସୁଥିବା ବେଳେ ଅଟକାଇ ଚେକିଙ୍ଗ କରୁଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ଗାଡିରେ ବସିଥିବା ବରଗଡ ଜିଲ୍ଲାର ପାଇକମାଳ ଥାନା ଅନ୍ତର୍ଗତ ଭୁତମୁଣ୍ଡା ଗ୍ରାମର ଅକୃର ମାଝିଙ୍କୁ ଗିରଫ କରିବା ସହ ଏନେଇ ବାଲିଗୁଡା ଥାନାରେ କେସ ନଂ.୧୫ /୨୪ରେ ଏକ ମାମଲା ରୁଜୁ ହୋଇଛି । ଉକ୍ତ କାରରୁ ଦୁଇଟି ବସ୍ତାରୁ ୭୮ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।
Next Post