oom

ମଠଖାଇ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଂଚସ୍ଥ ହୋଇଛି କୋଶଲୀ ନାଟକ ‘ଭାବ୍‌ ନୁ ଅଭାବ୍‌’

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଂଚସ୍ଥ ହୋଇଛି କୋଶଲୀ ନାଟକ ‘ଭାବ୍‌ ନୁ ଅଭାବ୍‌’ । ସମ୍ବଲପୁରର ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ପରିବେଷିତ ଏହି ନାଟକକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନାଟ୍ୟସାଧକ ଅତିଶ କୁମାର ଶତପଥୀ । ନାଟକ ପ୍ରଦର୍ଶିତ ହେବା ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଭୂମିକା ତଥା ମଠଖାଇ ମହୋତ୍ସବ କମିଟି ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ମଂଚାସୀନ ହୋଇ ନିଜ ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଛନ୍ତି । ଆଜିର ମଂଚକୁ ନାଟ୍ୟପ୍ରାଣ ଦିବଙ୍ଗତ ମଧୁସୂଦନ ମହାନନ୍ଦଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ଅଭିନେତା ତଥା ନିର୍ଦ୍ଦେଶକ ବାଳମୁକୁନ୍ଦ ବେହେରାଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଛି । ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ମଠଖାଇ ମହୋତ୍ସବର ସ୍ମରଣୀକା ଉନ୍ମୋଚନ କରାଯାଇଛି । ସାଂସ୍କୃତିକ ସଭା ପୂର୍ବରୁ ବଲାଙ୍ଗିରର ପଞ୍ଚମ ପକ୍ଷରୁ ଲୋକନୃତ୍ୟ ଓ କେଟପାଡ କଳାବିକାଶ କେନ୍ଦ୍ର ପକ୍ଷରୁ ଢେମସା ନୃତ୍ୟ ପରିବେଷଣ ହୋଇଥିଲା । ସୂଚନାଯୋଗ୍ୟ ଯେ, ମଠଖାଇ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ କୋଶଲ କଳାମଣ୍ଡଳ ପରିସରରେ ‘ନାଟକ ଆର୍‌ ଯୁବଗୋଷ୍ଠୀ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଆଲୋଚକ ଭାବେ ଯୋଗ ଦେଇଥିଲେ । ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ମଧୁସୂଦନ ପତି ।

jittmm
Leave A Reply

Your email address will not be published.