- ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କଲେ ମଧୁ ମହାନ୍ତି
କଳାହାଣ୍ଡି, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ମ.ରାମପୁରଠାରେ ଯୁବ ନେତା ତଥା ସମାଜସେବୀ ମଧୁ ମହାନ୍ତିଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ମହିଳା ଓ ପୁରୁଷଙ୍କୁ ନେଇ ଏକ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ପ୍ରଥମେ ସ୍ଥାନୀୟ ହାଇସ୍କୁଲ ଛକଠାରୁ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା । ପରେ ଚାରିଛକଠାରେ ଏକ ସଭା ଆୟୋଜନ ହୋଇଥିଲା । ଆୟୋଜିତ ସଭାରେ ଯୁବ ନେତା ମଧୁ ମହାନ୍ତି ଆଗକୁ କଳାହାଣ୍ଡିର ବିକାଶ କିଭଳି ହେବ ତା’ ଉପରେ ଆଲୋକପାତ କରିଥିଲେ । ତାଙ୍କୁ ଜନସାଧାରଣ ସହଯୋଗର ହାତ ବଢେ଼ଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ନେତା ତଥା ଆବାହକ ଜୟନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ହଜାରରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।