oom

ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ଆଠ ବର୍ଷ ପୂର୍ତ୍ତି ଏବଂ ସମାଜସେବୀ ଲଳିତ ନାୟକଙ୍କ ସ୍ମୃତିରେ ୧୦୧ ଜଣଙ୍କ ଚକ୍ଷୁଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌କୁ ଆଠ ବର୍ଷ ପୁରିଛି । ଏହି ଅବସରରେ ଅନୁଷ୍ଠାନର ପୁରୋଧା ସମାଜସେବୀ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ୧୦୧ ଜଣ ସଦସ୍ୟ ସଦସ୍ୟା ସ୍ୱେଚ୍ଛାକୃତ ଭାବରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲଠାରେ ଚକ୍ଷୁଦାନ କରିଛନ୍ତି । ସଂଗଠନ ପକ୍ଷରୁ ଗତ ଆଠ ବର୍ଷରେ ୫ ଶହରୁ ଅଧିକ ଶବସତ୍କାର କରାଯାଇଛି । କରୋନା ମହାମାରୀ ହେଉ କି ବାତ୍ୟା ଫନି ସବୁ ସମୟରେ ଅନୁଷ୍ଠାନ ଆଗକୁ ଆସି ସେବା ପ୍ରଦାନ କରେ । ବାହାନଗା ଟ୍ରେନ ଦୁର୍ଘଟଣାରେ ମଧ୍ୟ ଅନୁଷ୍ଠାନର ୧୫ ଜଣିଆ ଟିମ୍‌ ଯାଇ ରକ୍ତଦାନ, ଉଦ୍ଧାର ଆଦି କାର୍ଯ୍ୟରେ ଲିପ୍ତ ଥିଲେ । ଗତ ଆଠ ବର୍ଷ ତଳେ ସମାଜସେବୀ ଲଳିତ ନାୟକଙ୍କ ମାର୍ଗଦର୍ଶନରେ ଏହି ସଂଗଠନ ଗଠିତ ହୋଇଥିଲା । ଏବେ ସାରା ରାଜ୍ୟର କୋଣ ଅନୁକୋଣରେ ସେବା ପ୍ରଦାନ କରିଆସୁଛନ୍ତି । ଏହି ସଂଗଠନ ଦ୍ୱାରା ଅସହାୟ ଶବ ସତ୍କାର, ରୋଗୀଙ୍କ ଚିକିତ୍ସା, ଅସହାୟଙ୍କୁ ସହାୟତା, ଦୁର୍ଘଟଣା ଶିକାର ଲୋକଙ୍କୁ ହସ୍ପିଟାଲ ପହଞ୍ଚେଇବା, ରକ୍ତଦାନ, କଳା, ସାହିତ୍ୟ ସଂସ୍କୃତି ଉତ୍‌ଥାନ, କରୋନା ସମୟରେ ଗାଁ ଗାଁ ଯାଇ ଲୋକଙ୍କୁ ଅକ୍ସିଜେନ୍‌ ସୁବିଧା ଯୋଗେଇବା, କରୋନା ରୋଗୀଙ୍କୁ ଚିକିତ୍ସା କରେଇବା, ଅସହାୟ ଲୋକଙ୍କୁ ଖାଇବାକୁ ଦେବା ଭଳି କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାକୁ ଆସିଥିଲା ଏହି ସଂଗଠନ । ଆଗକୁ ସମାଜସେବା କ୍ଷେତ୍ରକୁ ଆହୁରି ବ୍ୟାପକ କରିବାକୁ ଅଷ୍ଟମ ପ୍ରତିଷ୍ଠା ଦିବସରେ ସଂଗଠନର କର୍ମକର୍ତ୍ତାମାନେ ଶପଥ ନେଇଛନ୍ତି ।

jittmm
Leave A Reply

Your email address will not be published.