ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବଣାଇ, (ହବିବ ମହମ୍ମଦ ଖାନ) : ଆଜି ବଣାଇ ଉପଜିଲ୍ଲାପାଳଙ୍କ ସଭାକକ୍ଷରେ ଆସନ୍ତା ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆ, ବଣାଇ ସୂଚନା ଅଧିକାରୀ ପୁଷ୍ପଲତା ସାହୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନର ସୂଚନା ପ୍ରଦାନ କରିଥିଲେ । ପୂର୍ବ ବର୍ଷ ଭଳି ବିଭିନ୍ନ ସ୍କୁଲସ୍ତରୀୟ, କଲେଜସ୍ତରୀୟ ପ୍ରତିଯୋଗିତାର ବିଭିନ୍ନ ଦାୟିତ୍ୱ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ମୁଖ୍ୟ ପ୍ୟାରେଡ୍‌ରେ ଭାଗ ନେବାକୁ ଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କୁ ଧାର୍ଯ୍ୟ ସମୟରେ ରାଜା ଧରଣୀଧର ବହୁମୁଖୀ ପ୍ୟାରେଡ୍‌ ପଡିଆରେ ଉପସ୍ଥିତ ହେବାର ସ୍ଥିର ହୋଇଥିଲା । ବଣାଇ ଉପଖଣ୍ଡର ସମସ୍ତ ଅଧିକାରୀ ସ୍କୁଲ କଲେଜ ଶିକ୍ଷକ ଶିକ୍ଷୟତ୍ରୀ ସୁଚାରୁ ରୂପେ ପରିଚାଳନା କରିବାରେ ସମ୍ମତି ପ୍ରକାଶ କରିଥିଲେ । ଶେଷରେ ସୂଚନା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଉପଖଣ୍ଡର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.