କଂଟାବାଂଜିର ୪ ଜଣ ପୁଅ ଓ ଗୋଟିଏ ଝିଅ ହେଲେ ସିଏ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାର କଂଟାବାଂଜି ସହରକୁ ଚାଟାର୍ଡ ଏକାଉଣ୍ଟାଣ୍ଟ ତଥା ଆଇ.ଏ.ଏସ୍‌ ସହର ଭାବେ ବେଶ ଚର୍ଚ୍ଚିତ । କଂଟାବାଂଜିର ୪ ଜଣ ପୁଣି ଚାଟାର୍ଡ ଏକାଉଣ୍ଟାଣ୍ଟ ଶିକ୍ଷାରେ କୃତିତ୍ୱ ଲାଭ କରି କଂଟାବାଂଜିର ଗୌରବ ଆଣିଛନ୍ତି । ଚାରି ଜଣଙ୍କ ମଧ୍ୟରୁ ୩ ଜଣ ଯୁବକ ହୋଇଥିବା ବେଳେ ଜଣେ ଯୁବତୀ ଅଟନ୍ତି । ଚାରି ଜଣ ଯୁବକଙ୍କ ମଧ୍ୟରେ କ୍ରିଷ୍ଣା ଅଗ୍ରୱାଲ ପିତା- ଲଲିତ କୁମାର ଅଗ୍ରୱାଲ । ଲଲିତ ଅଗ୍ରୱାଲ ବର୍ତ୍ତମାନ କଂଟାବାଂଜି ଏନ୍‌.ଏ.ସି.ର ଜଣେ କାଉନ୍‌ସିଲର୍‌ । ସେହିପରି ପିୟୁଷ ଗୋୟଲ ପିତା-ଆନନ୍ଦ ଗୋୟଲ, ସୌରଭ ଅଗ୍ରୱାଲ ପିତା-ମୁକେଶ ଅଗ୍ରୱାଲ, ଦିବ୍ୟା ଜିନ୍ଦଲ ପିତା-ବିନୋଦ ଜିନ୍ଦଲ ଏବଂ ସକେତ ଅଗ୍ରୱାଲ ପିତା-ଅନିଲ ଅଗ୍ରୱାଲ ସମସ୍ତେ ୨୦୨୩ ବର୍ଷର ସି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇ କଂଟାବାଜିର ଗୌରବ ଆଣିଛନ୍ତି । ଚାରି ଜଣ ଯୁବକ ମଧ୍ୟରୁ ସକେତ ସର୍ବଭାରତୀୟ ସ୍ତରରେ ୩୨ତମ ର‍୍ୟାଙ୍କ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.