କଂଟାବାଂଜି ସହରରେ ଅର୍ପଣ ରଥର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌.ଏ.ସି.ରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ସ୍ଥାନୀୟ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର(ପୁରୁଣା ବସ୍ତି)ଠାରୁ ମଙ୍ଗଳବାର ଦିନ ଶୁଭାରମ୍ଭ କରାଯାଇଛି । ଅର୍ପଣ ରଥର ଶୁଭାରମ୍ଭ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥୀ, ସମ୍ମାନିତ ଅତିଥୀ ଭାବେ ନଗରପାଳ ବରିୟାମ ସିଂ ସାଲୁଜା, ଉପନଗରପାଳ ଶ୍ରୀମତୀ ମନୋରମା ରାଉତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଏମ୍‌.ଇ.ଏ. ପଟ୍ଟନାୟକଙ୍କ ସହ ସମସ୍ତ କାଉନ୍‌ସିଲର୍‌ ସଭ୍ୟ, ସଭ୍ୟା, ମିଶନ ଶକ୍ତି, ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟାମାନେ ସହଯୋଗ କରିଥିଲେ । ପ୍ରଥମ ଦିନରେ ଅର୍ପଣ ରଥ ସହରର ୱାର୍ଡ ନଂ. ୯ ଓ ୧୦କୁ ପରିକ୍ରମା କରି ଗୁଆ ଚାଉଳ ସଂଗ୍ରହ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.