ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ସୋମବାର ଦିନ ଉପଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରକ୍ଷୀରେ ସମୁଦାୟ ୬୯ ଜଣସାଧାରଣ ଅଭିଯୋଗ ପଞ୍ଜିକରଣ ହୋଇଥିଲା । ଏଡିଏମ୍‌ ତଥା ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଆରକ୍ଷୀ ଅଧିକ୍ଷକ ରିସିକେଶ ଖିଲ୍ଲାରି, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ତୁରେକେଲା ବିଡ଼ିଓ ଶଙ୍କର୍ଷଣ ବେହେରା ଓ ବ୍ଲକ କର୍ମଚାରୀ ବୃନ୍ଦ, କଣ୍ଟାବାଞ୍ଜି ତହସିଲଦାର ରତନ ଲାଲ ମୁଣ୍ଡା ସମେତ ତୁରେକେଲା ବ୍ଲକ ଅନ୍ତର୍ଗତ ସମସ୍ତ ଶିକ୍ଷା ବିଭାଗ, ତୁରେକେଲା ସ୍ୱାସ୍ଥ୍ୟ ବିଭାଗ ଓ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ ବିଭାଗ, କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗ, ତୁରେକେଲା ଥାନାଧିକାରୀ ସମ୍ମେତ ପୋଲିସ୍ କର୍ମଚାରୀ ବୃନ୍ଦ, କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ସମ୍ମେତ ପୋଲିସ୍ କର୍ମଚାରୀ ବୃନ୍ଦ, କୃଷି ବିଭାଗ, ଇଏଫ୍ଆଇ କୋର୍ ସମ୍ମେତ କର୍ମକର୍ତ୍ତା ବୃନ୍ଦ, ତୁରେକେଲା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ବୃନ୍ଦ ଏବଂ ଜିଲ୍ଲାର ପ୍ରମୁଖ ଗୁରୁତ୍ୱ ବିଭାଗର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.